(ଦିଲ୍ଲୀ) : ପ୍ରଥମ ଥର ପାଇଁ ଏକ ପୁରୁଷ ଗର୍ଭନିରୋଧକର ସଫଳ ପରୀକ୍ଷା କରିଛି ଭାରତୀୟ ମେଡିକାଲ ରିସର୍ଚ୍ଚ କାଉନସିଲ (ଆଇସିଏମ୍ଆର୍) । ଏହି ଗର୍ଭନିରୋଧକ ପୁରୁଷଙ୍କଠାରେ ଦୀର୍ଘକାଳୀନ ପ୍ରଭାବ ରଖୁଛି। ଆଇସିଏମ୍ଆର୍ ୭ ବର୍ଷ ଧରି ଗବେଷଣା କରିବା ପରେ ଏହି ସଫଳତା ପାଇଛି।
ସୂଚନାନୁଯାୟୀ, ଆଇସିଏମ୍ଆର୍ ୩୦୩ ଜଣ ସୁସ୍ଥ ପୁରୁଷ ସ୍ବେଚ୍ଛାସେବୀଙ୍କଠାରେ ଏହି ପରୀକ୍ଷା କରିଥିଲା। ସମସ୍ତ ପ୍ରକ୍ରିୟାରୁ ଜଣାପଡ଼ିଥିଲା ଯେ ଇଂଜେକ୍ସନ ଆକାରରେ ଦିଆଯାଉଥିବା ଏହି ଅଣ-ହର୍ମୋନଯୁକ୍ତ କଣ୍ଟ୍ରାସେପ୍ଟିଭ୍ ଆର୍ଆଇଏସ୍ୟୁଜି (ରିଭର୍ସିବ୍ଲ ଇନହିବିସନ ଅଫ୍ ସ୍ପର୍ମ ଅଣ୍ଡର ଗାଇଡାନ୍ସ) ନିରାପଦ, ଫଳପ୍ରଦ ଓ ଏହାର କୌଣସି ପାର୍ଶ୍ବପ୍ରତିକ୍ରିୟା ନାହିଁ। ତୃତୀୟ ପର୍ଯ୍ୟାୟ ପରୀକ୍ଷା ଶେଷ ହେବା ପାଇଁ ୪ ବର୍ଷ ସମୟ ଲାଗିଥିଲା ଏବଂ ଏହି କଣ୍ଟ୍ରାସେପ୍ଟିଭ୍ ୯୯.୦୨ ପ୍ରତିଶତ ଫଳପ୍ରଦ ଥିବା ଜଣାପଡ଼ିଥିଲା।