ଅପରାଧ

ଆଇଆଇଟି ପ୍ରଫେସରଙ୍କ ଆତ୍ମହତ୍ୟା

ଲକ୍ଷ୍ନୌ: ଦେଶରେ ଗତ କିଛିଦିନ ହେବ ଲୋକଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଇବାରେ ଲାଗିଛି । ଦେଶର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନଆଇଆଇଟି କାନପୁରର ଜଣେ ସହକାରୀ ପ୍ରଫେସର ମଧ୍ୟ ଆତ୍ମହତ୍ୟା କରିଥିବା ଖବର ମିଳିଛି । ମୃତକ ହେଲେ ୩୫ ବର୍ଷୀୟ ପ୍ରଫେସର ପ୍ରମୋଦ ସୁବ୍ରମଣ୍ୟମ । ସେ ବୁଧବାର ସନ୍ଧ୍ୟାରେ କ୍ୟାମ୍ପସ ପରିସରରେ ଥିବା ତାଙ୍କ ବାସଭବନରେ ଆତ୍ମହତ୍ୟା କରିଛନ୍ତି।
କରୋନା ମହାମାରୀ କାରଣରୁ ଅନୁଷ୍ଠାନ ଖାଲି ରହିଥିଲା। ସେଠାରେ କେବଳ ଅଧ୍ୟାପକଙ୍କ ବ୍ୟତୀତ ଆଉ କେହି ରହୁନଥିବା ପୁଲିସ କହିଛି। ଏନେଇ ପୁଲିସ ଆତ୍ମହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଛି। ଅନୁଷ୍ଠାନର ନିର୍ଦ୍ଦେଶକ ଅଭୟ କରନଦିକାର କହିଛନ୍ତି, ସେ କମ୍ପ୍ୟୁଟର ସାଇନ୍ସ ଓ ଇଞ୍ଜିନିୟରିଂ ବିଭାଗର ଅଧ୍ୟାପକ ଥିଲେ। ତାଙ୍କ ବିୟୋଗରେ ଆମେ ଜଣେ ଦକ୍ଷ ଏବଂ କମ୍ପ୍ୟୁଟର ସାଇନ୍ସର ଷ୍ଟାରଙ୍କୁ ହରାଇଲୁ।

Related posts

ଚଢାଉରେ ଏକ ହଜାରରୁ ଅଧିକ ଲିଟର ମଦ ଜବତ

mahabharatanews

ଜୁଆ ଆଡ୍ଡା ଉପରେ ଚଢାଉ, ୧ଲକ୍ଷ ୫୩ ହଜାର ଟଙ୍କା ଜବତ

mahabharatanews

ଜଙ୍କିଆରୁ ବିପୁଳ ପରିମାଣର ଧଳା ଜହର ଜବତ, ୧ ଗିରଫ

mahabharatanews