(ଦିଲ୍ଲୀ) : ଦିଲ୍ଲୀ ଅବକାରୀ ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ବର୍ତ୍ତମାନ ତିହାର ଜେଲରେ ରଖାଯାଇଛି । ଆସନ୍ତା ନିର୍ବାଚନ ହେତୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଉପରେ ଶୁଣାଣି କରିବାକୁ ରାଜି ହୋଇଛନ୍ତି ସୁପ୍ରିମକୋର୍ଟ ।
ସୂଚନାନୁଯାୟୀ , କେଜ୍ରିୱାଲଙ୍କ ଇଡି ଦ୍ୱାରା ଗିରଫ ହେବା ଏବଂ ଏକ୍ସାଇଜ୍ ପଲିସି ମାମଲାରେ ପରବର୍ତ୍ତୀ ରିମାଣ୍ଡରେ ନେଇଥିବା ବିତର୍କ ପାଇଁ ସମୟ ଲାଗିପାରେ। ଏପରି ପରିସ୍ଥିତିରେ କୋର୍ଟ ତାଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଉପରେ ଶୁଣାଣି ହୋଇପାରେ । ମଙ୍ଗଳବାର ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଇଡି ଓକିଲଙ୍କୁ ଏହି ଦିଗରେ ପ୍ରସ୍ତୁତ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । କେଜ୍ରିୱାଲଙ୍କ ଆବେଦନର ଶୁଣାଣି ମଙ୍ଗଳବାର ଅର୍ଥାତ୍ ମେ ୭’ତାରିଖରେ ହେବ । ଏହି ଦିନ ଦୁଇ ପକ୍ଷର ଓକିଲଙ୍କୁ ଯୁକ୍ତି ଶୁଣାଯିବ ।
