ମନୋରଞ୍ଜନ

ମଦ୍ୟପାନ କରନ୍ତି ନାହିଁ ଅଭିନେତା ଇମ୍ରାନ ହାଶମୀ

(ମୁମ୍ୱାଇ) :  ଫିଲ୍ମ ‘ଟାଇଗର-୩’ ‘ପାଇଁ ଆଜିକାଲି ବଲିଉଡ ଅଭିନେତା ଇମ୍ରାନ ହାଶମୀ ଚର୍ଚ୍ଚାରେ ଅଛନ୍ତି | ଏକ ସାକ୍ଷାତକାରରେ ସେ କହିଛନ୍ତି  ମୁଁ ସକାଳ ୬:୩୦ରୁ ୭ଟା ସୁଦ୍ଧା ଉଠେ। ମୁଁ ମଦ୍ୟପାନ କରେ ନାହିଁ।। ଏହା ହେଉଛି ସବୁଠାରୁ ବଡ ସମସ୍ୟା । ଇମ୍ରାନ୍ ହାଶମୀ ଆହୁରି କହିଛନ୍ତି, “ମୁଁ ଫିଲ୍ମର ସ୍ୱତନ୍ତ୍ର ସ୍କ୍ରିନିଂକୁ ମଧ୍ୟ ଯାଏ ନାହିଁ। କାରଣ ଯଦି ତୁମେ ସେଠାକୁ ଯିବ, ତେବେ ବାହାରକୁ ଆସି ଫିଲ୍ମର ପ୍ରଶଂସା କରିବାକୁ ପଡିବ ।ଯଦି ମୁଁ ଫିଲ୍ମକୁ ପସନ୍ଦ କରେ ନାହିଁ, ତେବେ ମୁଁ ଏହାକୁ ପ୍ରଶଂସା କରିପାରିବି ନାହିଁ । ତେଣୁ ମୁଁ ସ୍କ୍ରିନିଂ ପରିବର୍ତ୍ତେ ଥିଏଟରରେ କିମ୍ବା ଘରେ ଫିଲ୍ମ ଦେଖେ   ।

ସୂଚନାନୁଯାୟୀ , ତେବେ ଇମ୍ରାନ ଏବେ ବଲିଉଡ କିଙ୍ଗ ଶାହରୁଖ ଖାନଙ୍କ ଜନ୍ମଦିନ ପାର୍ଟିକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ ସେ ଏହି ପାର୍ଟିକୁ ଆଦୌ ଉପଭୋଗ କରିନଥିଲେ । ନଭେମ୍ବର ୨ରେ ଶାହରୁଖ ଖାନ ତାଙ୍କର ୫୬ତମ ଜନ୍ମଦିନ ପାଳନ କରିଥିଲେ। ଆଉ ଏହି ଅବସରରେ ସେ ଏକ ଗ୍ରାଣ୍ଡ ପାର୍ଟି ଦେଇଥିଲେ। ଅଭିନେତାଙ୍କ ଜନ୍ମଦିନ ପାର୍ଟିରେ ବହୁ ସେଲିବ୍ରେଟି ଯୋଗ ଦେଇଥିଲେ | ସେଥିମଧ୍ୟରୁ ଇମ୍ରାନ୍ ହାଶମୀ ମଧ୍ୟ ଥିଲେ।

Related posts

ଏହି ସିନେମାରେ ନଜର ଆସିବେ ଅଙ୍କିତା ଲୋ‌ଖ‌‌‌‌ଣ୍ଡେ

mahabharatanews

ଆସୁଛି ପ୍ରଭାସଙ୍କ ଅଭିନୀତ ‘Kalki 2898 AD’ 

mahabharatanews

ପରଲୋକରେ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ 

mahabharatanews