ଓଡିଶାମନୋରଞ୍ଜନ

ପରଲୋକରେ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ 

(ଭୁବନେଶ୍ୱର)  : ପରଲୋକରେ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ । ସେ ଦୀର୍ଘଦିନ ଧରି କ୍ୟାନସରରେ ପୀଡ଼ିତ ଥିବା ବେଳେ  କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ତାଙ୍କର ଅକାଳ ମୃତ୍ୟୁ ହେତୁ ଓଲିଉଡ଼ ଜଗତରେ ଶୋକର ଛାୟା ଖେଳିଯାଇଛି । ଓଲିଉଡ଼ ଏକ ଦକ୍ଷ ସଙ୍ଗୀତ ନିର୍ଦ୍ଦେଶକଙ୍କୁ ହରାଇଛି । ତେବେ ସେ ଏକାଧିକ ଓଡ଼ିଆ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ।

ସୂଚନାନୁଯାୟୀ , ଓଡ଼ିଆ ଆଧୁନିକ ସଙ୍ଗୀତର ସ୍ରଷ୍ଟା ଥିଲେ ସ୍ୱରୂପ ନାୟକ । ୧୯୮୪ରେ ହୀରାନୀଳା ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଥିଳା ତାଙ୍କର ଡେବ୍ୟୁ । ‘ସହର ଜଳୁଛି’, ‘ଲାଲ୍ ପାନ ବିବି’, ‘ପୁଅ ମୋର ଭୋଳା ଶଙ୍କର’, ‘ଆଇ ଲଭ୍ ୟୁ’, ‘ଶାଶୁ ଘର ଚାଲିଯିବି’, ‘ଉଦଣ୍ଡୀ ସୀତା’ର ସଙ୍ଗୀତ ନିର୍ଦ୍ଦେଶକ ଥିଲେ ସ୍ୱରୂପ । ୧୯୬୨ ଜୟଦେବ ଫିଲ୍ମରେ ଶିଶୁ କଳାକାର ଭାବେ ମଧ୍ୟ ସେ କାମ କରିଥିଲେ ।

Related posts

ଓଡ଼ିଶାରେ ଚାଲିଛି ନକଲି ବନ୍ଧୁକ କାରବାର

mahabharatanews

ତାରାଙ୍କ ପିଲା ପରିସ୍ରା ଉପାଖା୍ୟାନରେ ଉତ୍ତର ରଖିଲେ ମନ୍ତ୍ରୀ

mahabharatanews

ବକ୍ସ ଅଫିସରେ ରେକର୍ଡ କରୁଛି କାଶ୍ମୀର ଫାଇଲ୍ସ,

mahabharatanews