ମନୋରଞ୍ଜନ

ଏହି ସିନେମାରେ ନଜର ଆସିବେ ଅଙ୍କିତା ଲୋ‌ଖ‌‌‌‌ଣ୍ଡେ

(ମୁମ୍ବାଇ) : ବଡ ପରଦାରେ ନଜର ଆସିବେ ‘ବିଗ୍‌ ବସ୍‌-୧୭’ରେ ବହୁ ଲୋକପ୍ରିୟତା ସାଉଁଟିଥିବା ଅଭିନେତ୍ରୀ ଅଙ୍କିତା ଲୋ‌ଖ‌‌‌‌ଣ୍ଡେ । ‘ପବିତ୍ର ରିସ୍ତା’ ଧାରାବାହିକରେ ଲୋକଙ୍କ ମନ ଜିଣିଥିବା ଅଙ୍କିତା ଏବେ  ‘ସ୍ବତନ୍ତ୍ର ବୀର ସାବରକର’ ସିନେମାରେ ସାବରକରଙ୍କ ପତ୍ନୀ ଯମୁନା ବାଈଙ୍କ ଭୂମିକା ନିଭାଇବେ।

ସୂଚନାନୁଯାୟୀ , ନିକଟରେ ଅଭିନେତ୍ରୀ ଏକ ସାକ୍ଷାତକାରରେ କହିଛନ୍ତି କି ସେ ଅଧିକ ଚଳଚ୍ଚିତ୍ର ଅପେକ୍ଷା ଭଲ ଚଳଚ୍ଚିତ୍ରରେ କାମ କରିବାକୁ ବେଶି ଇଛୁକ । ‘‘ମୁଁ ବହୁତ ସିନେମାର ଅଂଶ ହେବାକୁ ଚାହେଁନି, ଭଲ ସିନେମାରେ ନଜର ଆସିବ‌ା ମୋର ଲକ୍ଷ୍ୟ। ଭିନ୍ନ ଭିନ୍ନ ଚରିତ୍ର କରିବା ପ୍ରତି ମୋର ରୁଚି ରହିଛି। ସେପରି ଚରିତ୍ର କରିବା ଦ୍ବାରା ମୋ ଭିତରେ ଆତ୍ମବିଶ୍ବାସ ବୃଦ୍ଧି ପାଏ।’’

Related posts

ରଣବୀର କପୁରଙ୍କ ଏହି ଫୋଟୋ ଦେଖି ପାଗଳ ଫ୍ୟାନ୍ସ 

mahabharatanews

ମା ବନିଲେ ସିଦ୍ଧୁଙ୍କ ମା ‘

mahabharatanews

ଅଭିନେତା ମନସୁର ଅଲି ଖାନ୍ ଫେରାର 

mahabharatanews