ମନୋରଞ୍ଜନ

ଏହି ସିନେମାରେ ନଜର ଆସିବେ ଅଙ୍କିତା ଲୋ‌ଖ‌‌‌‌ଣ୍ଡେ

(ମୁମ୍ବାଇ) : ବଡ ପରଦାରେ ନଜର ଆସିବେ ‘ବିଗ୍‌ ବସ୍‌-୧୭’ରେ ବହୁ ଲୋକପ୍ରିୟତା ସାଉଁଟିଥିବା ଅଭିନେତ୍ରୀ ଅଙ୍କିତା ଲୋ‌ଖ‌‌‌‌ଣ୍ଡେ । ‘ପବିତ୍ର ରିସ୍ତା’ ଧାରାବାହିକରେ ଲୋକଙ୍କ ମନ ଜିଣିଥିବା ଅଙ୍କିତା ଏବେ  ‘ସ୍ବତନ୍ତ୍ର ବୀର ସାବରକର’ ସିନେମାରେ ସାବରକରଙ୍କ ପତ୍ନୀ ଯମୁନା ବାଈଙ୍କ ଭୂମିକା ନିଭାଇବେ।

ସୂଚନାନୁଯାୟୀ , ନିକଟରେ ଅଭିନେତ୍ରୀ ଏକ ସାକ୍ଷାତକାରରେ କହିଛନ୍ତି କି ସେ ଅଧିକ ଚଳଚ୍ଚିତ୍ର ଅପେକ୍ଷା ଭଲ ଚଳଚ୍ଚିତ୍ରରେ କାମ କରିବାକୁ ବେଶି ଇଛୁକ । ‘‘ମୁଁ ବହୁତ ସିନେମାର ଅଂଶ ହେବାକୁ ଚାହେଁନି, ଭଲ ସିନେମାରେ ନଜର ଆସିବ‌ା ମୋର ଲକ୍ଷ୍ୟ। ଭିନ୍ନ ଭିନ୍ନ ଚରିତ୍ର କରିବା ପ୍ରତି ମୋର ରୁଚି ରହିଛି। ସେପରି ଚରିତ୍ର କରିବା ଦ୍ବାରା ମୋ ଭିତରେ ଆତ୍ମବିଶ୍ବାସ ବୃଦ୍ଧି ପାଏ।’’

Related posts

ପରଲୋକରେ ଅଭିନେତା ମାର୍କ ମାଙ୍ଗୋଲିସ

mahabharatanews

ରିଲିଜ ହେଲା ଅକ୍ଷୟ କୁମାରଙ୍କ ଚଳଚ୍ଚିତ୍ର ‘Mission Raniganj The Great Bharat Rescue’ 

mahabharatanews

ସୋନମଙ୍କ ବଙ୍ଗଳାରେ ଡେଭିଡ୍‌ ବେକହାମ୍‌

mahabharatanews