ବିଶ୍ୱ

ଗିରଫ ହେଲେ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ

(ପାକିସ୍ତାନ) : ଗିରଫ ହେଲେ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ  । ଇସଲାମାବାଦ ଟ୍ରାଏଲ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ଜେଲ ଦଣ୍ଡାଦେଶ ସହ ୧ ଲକ୍ଷ ଟଙ୍କା ଜରିମାନା ଲାଗୁ କରିଥିଲେ । ଏହାପରେ ତାଙ୍କୁ ଶନିବାର ଅପରାହ୍ଣରେ ଲାହୋର ସ୍ଥିତ ନିଜ ବାସଭବନ ଜମାନ ପାର୍କରୁ ଗିରଫ କରାଯାଇଛି । ଏହି ଦଣ୍ଡାଦେଶ ଘୋଷଣା ହେବା ପରେ ଇମ୍ରାନ୍ ଖାନ୍ ଙ୍କୁ ଆସନ୍ତା ୫ ବର୍ଷ ପାଇଁ ନିର୍ବାଚନ ଲଢ଼ିବା ଉପରେ ପ୍ରତିବନ୍ଧକ ଲଗାଯାଇଛି ।

ସୂଚନାନୁଯାୟୀ ,ଦୌରା ଜଜ୍ ହୁମାୟୁନ୍ ଦିଲାୱାର ଗତ ମେ ୧୦ ତାରିଖରେ ତୋଶାଖାନା ଦୁର୍ନୀତି ମାମଲାରେ ୭୦ ବର୍ଷୀୟ ଖାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଇମ୍ରାନ୍ ଏହି ମାମଲାର ଗ୍ରହଣୀୟତାକୁ ଇସଲାମାବାଦ ହାଇକୋର୍ଟ  ଚ୍ୟାଲେଞ୍ଜ କରିଥିଲେ, ଯେଉଁଥିରେ ନିମ୍ନ ଅଦାଲତର ରାୟକୁ ଖାରଜ କରାଯାଇଥିଲା।

Related posts

ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ସୁରକ୍ଷା ସତର୍କତା ଜାରି କରିଛି ଗୁଗଲ୍ ।

mahabharatanews

ପାକିସ୍ତାନୀ ଭିକାରୀଙ୍କୁ ଫେରାଇଲା ସାଉଦି ଆରବ

mahabharatanews

Bangladesh violence: ନେତାଙ୍କ ହୋଟେଲରେ ନିଆଁ ଲଗାଇଦେଲେ ବିକ୍ଷୋଭକାରୀ,ଜଳିଗଲେ ୮ ଜଣ

mahabharatanews