ବିଶ୍ୱଭାରତ

ଯୁଦ୍ଧରେ ଗଲାଣି ୧୦ ହଜାର ଋଷ ସୈନିକଙ୍କ ଜୀବନ

ନୂଆଦିଲ୍ଲୀ – ଋଷ- ୟୁକ୍ରେନ ଯୁଦ୍ଧକୁ ୧୦ଦିନ ବିତିଯାଇଛିି । ଯୁଦ୍ଧରେ ଦୁଇ ଦେଶର ସେନାକୁ ବ୍ୟାପକ କ୍ଷତି ପହଞ୍ଚିଛି । ଗୋଟିିଏ ପଟେ ଋଷର ମିସାଇଲ ମାଡରେ ୟୁକ୍ରେନ ଛାରଖାର ହେବାରେ ଲାଗିଛି । ସାଧାରଣ ନାଗରିକ ନିଜ ଜୀବନ ବଞ୍ଚାଇବା ପାଇଁ ବିଦେଶ ପଳାୟନ କରୁଛନ୍ତି। କିଛି ବଙ୍କରରେ ଲୁଚି ନିଜକୁ ସୁରକ୍ଷା ଦେଉଛନ୍ତି। ଅନ୍ୟ ୟୁକ୍ରେନ ଉପରେ ଆକ୍ରମଣକୁ ନେଇ ରୁଷକୁ ମଧ୍ୟ ବଡ଼ କ୍ଷତି ସହିବାକୁ ପଡୁଛି । ଶନିବାର ୟୁକ୍ରେନ ଦାବି ଯୁଦ୍ଧରେ ରୁଷର ୧୦ ହଜାରରୁ ଅଧିକ ସୈନିକଙ୍କ ମୃତ୍ୟୁ ହୋଇଛି ।ୟୁକ୍ରେନ ସରକାର ଦାବି କରିଛି, ଏହି ଯୁଦ୍ଧରେ ରୁଷକୁ ମଧ୍ୟ ବ୍ୟାପକ କ୍ଷତି ହୋଇଛି। ୧୦ ହଜାର ରୁଷ ସୈନିକଙ୍କ ସହ ୪୦ ହେଲିକପ୍ଟର, ୨୬୯ ଟ୍ୟାଙ୍କ, ୩୯ ମିଲିଟ୍ରି ପ୍ଲେନ, ୬୦ ଇନ୍ଦନ ଟ୍ୟାଙ୍କ, ୨ଟି ଜାହାଜ ଏବଂ ଅନ୍ୟ ହତିଆର ନଷ୍ଟ କରାଯାଇଛି। ରୁଷ ସହ ଜାରି ଜାର ଯୁଦ୍ଧ ମଧ୍ୟରେ ୟୁକ୍ରେନ ପାଶ୍ଚାତ୍ୟ ଦେଶ ଜର୍ମାନୀଙ୍କୁ ହତିଆର ସାହାଯ୍ୟ ମାଗିଛି । ରୁଷ ସୈନିକଙ୍କ ଲଢିବା ପାଇଁ ହତିଆରର ଆବଶ୍ୟକତା ଥିବା ୟୁକ୍ରେନ ଜର୍ମାନୀକୁ କହିଛି। ଅନ୍ୟପଟେ ଶନିବାର ୟୁକ୍ରେନରୁ ନାଗରିକଙ୍କୁ ବାହାର କରିବା ପାଇଁ ମାନବୀୟ କରିଡର ଖୋଲିବା ପାଇଁ ଯୁଦ୍ଧବିରାମ ନେଇ ଘୋଷଣା କରାଯାଇଛି ରୁଷ । ସ୍ପୁଟିନିକ ସମାଚାର ଏଜେନ୍ସିର ରିପୋର୍ଟ ଅନୁସାରେ, ଶନିବାର ସକାଳ ୧୦ଟାରୁ ରୁଷ ପକ୍ଷରୁ ଯୁଦ୍ଧବିରାମ ନେଇ ଘୋଷଣା କରାଯାଇଛି।

Related posts

ଇରାନ-ଇସ୍ରାଏଲ  ଯୁଦ୍ଧ: ଉଭୟ ଦେଶକୁ ଶାନ୍ତି ପାଇଁ ନିବେଦନ କଲା ଭାରତ

mahabharatanews

ଥମୁନି ମଣିପୁର ହିଂସା: ପୋଡିଦେଲେ ମନ୍ତ୍ରୀଙ୍କ ଗୋଦାମ 

mahabharatanews

ଆଜି ବଲ୍ଲଭଭାଇ ପଟେଲଙ୍କ ୭୩ତମ ତିରୋଧାନ ଦିବସ

mahabharatanews