ମନୋରଞ୍ଜନ

୯ବର୍ଷ ପରେ ଅଭିନୟ ଜଗତକୁ ଫେରିବେ ଇମ୍ରାନ ଖାନ

(ମୁମ୍ବାଇ) : ଅଭିନେତା ଇମ୍ରାନ ଖାନ ତାଙ୍କର ପ୍ରଥମ ଚଳଚ୍ଚିତ୍ର ‘ଜାନେ ତୁ ୟା ଜାନେ ନା’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ । ପ୍ରଥମ ଚଳଚ୍ଚିତ୍ରରୁ ହିଁ ସେ ହିନ୍ଦୀ ସିନେମା ଇଣ୍ତଷ୍ଟ୍ରିରେ ଏକ ଖାସ୍ ଛାପ ଛାଡି ଯାଇଥିଲେ । ତାଙ୍କର ଡେବ୍ୟୁ ଚଳଚ୍ଚିତ୍ର ସୁପରହିଟ୍ ବୋଲି ହୋଇଥିଲା । ବର୍ତ୍ତମାନ ୯ବର୍ଷ ପରେ ଇମ୍ରାନ ଖାନ ଅଭିନୟ ଜଗତକୁ ଫେରିବାକୁ ଯାଉଛନ୍ତି।

ସୂଚନାନୁଯାୟୀ, ଏହି ଚଳଚ୍ଚିତ୍ରର ବିଶେଷ କଥା ହେଉଛି ଏହାକୁ ଭୀର ଦାସ ନିର୍ଦ୍ଦେଶନା ଦେଉଛନ୍ତି। ଏହି ଚଳଚ୍ଚିତ୍ରର ନାମ ହେଉଛି ‘ହାପି ପଟେଲ’ । ତେବେ ଭୀର ଦାସ ପ୍ରଥମ ଥର ନିର୍ଦ୍ଦେଶନା ଜଗତରେ ପାଦ ରଖିବା ପାଇଁ ଯାଉଛନ୍ତି । ଦୀର୍ଘ ଦିନ ପରେ ଇମ୍ରାନ ଖାନଙ୍କୁ ବଡ଼ ପରଦାରେ ଦେଖିବାକୁ ମିଳିବ । ଯେଉଁଥି ପାଇଁ ପ୍ରଶଂସକମାନେ ମଧ୍ୟ ଉତ୍ସାହିତ ଅତନ୍ତି। ସମସ୍ତେ ଉତ୍ସାହର ସହିତ ଏହି ଚଳଚ୍ଚିତ୍ରକୁ ଅପେକ୍ଷା କରିଛନ୍ତି, ସୋସିଆଲ ମିଡିଆରେ ଅଭିନେତାଙ୍କ କମ୍ ବ୍ୟାକକୁ ନେଇ ଅନେକ ପ୍ରକାରର କମେଣ୍ଟ ଦେଖିବା ପାଇଁ ମିଳୁଛି । ସେହିପରି ଲାଇକର ବର୍ଷା ହେବା ଆରମ୍ଭ ହୋଇଛି ।

Related posts

ବକ୍ସ ଅଫିସରେ ରେକର୍ଡ କରୁଛି କାଶ୍ମୀର ଫାଇଲ୍ସ,

mahabharatanews

ଅକ୍ଟୋବର ପ୍ରଥମ ସପ୍ତାହରେ OTTରେ ରିଲିଜ ହେବ ‘ଗଦର ୨’

mahabharatanews

‘ମୁଁ ସୁରକ୍ଷିତ ଏବଂ ଜୀବିତ ଅଛି ‘: ଆଞ୍ଚଲ ତିୱାରୀ

mahabharatanews