ମନୋରଞ୍ଜନ

‘ମୁଁ ସୁରକ୍ଷିତ ଏବଂ ଜୀବିତ ଅଛି ‘: ଆଞ୍ଚଲ ତିୱାରୀ

(ମୁମ୍ବାଇ) : ସୋମବାର ବିହାରର କୈମୁରରେ ଘଟିଥିବା ଭୟଙ୍କର ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୯ଜଣଙ୍କ ମଧ୍ୟରେ ଭୋଜପୁରୀ ସିନେମାର ଚାରିଜଣ କଳାକାର ମଧ୍ୟ ପ୍ରାଣ ହରାଇଥିବା ସାମ୍ନାକୁ ଆସିଥିଲା। ୪ଜଣଙ୍କ ମଧ୍ୟରେ ଭୋଜପୁରୀ ଅଭିନେତ୍ରୀ ଆଞ୍ଚଲ ତିୱାରୀ ମଧ୍ୟ ଥିଲେ।

ତେବେ ଏବେ ଆଞ୍ଚଲ ତିୱାରୀ ଭିଡିଓ ଜାରି କରି ବଞ୍ଚିଥିବା ସ୍ପଷ୍ଟ କରିଛନ୍ତି। ଯେଉଁ ଆଞ୍ଚଲ ତିୱାରୀଙ୍କ ମୃତ୍ୟୁ ହେଇଛି ସେ ମୁଁ ନୁହେଁ। ସେ ଭୋଜପୁରୀ କଳାକାର। ହେଲେ ଗଣମାଧ୍ୟମରେ ମୋ ‌ଫଟୋ ଦିଆଯାଇଛି। ମୁଁ ଜୀବିତ ଅଛି। ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ସେ କହିଛନ୍ତି ଯେ, ‘ମୋର ନାମ ଆଞ୍ଚଲ ତିୱାରୀ। ଆସନ୍ତାକାଲି ଆପଣ ନିଶ୍ଚିତ ଭାବରେ ‘ପଞ୍ଚାୟତ ୨’ର ଖ୍ୟାତନାମା ଅଭିନେତ୍ରୀ ଆଞ୍ଚଲ ତିୱାରୀଙ୍କ ଦେହାନ୍ତ ଖବର ଦେଖିଥିବେ। ସେହି ଆଞ୍ଚଲ ତିୱାରୀ ମୁଁ ନୁହେଁ।  ସେ ଜଣେ ଭୋଜପୁରୀ ଅଭିନେତ୍ରୀ। ‘ପଞ୍ଚାୟତ ୨’ର ଆଞ୍ଚଲ ତିୱାରୀ ଏଠାରେ ଆପଣଙ୍କ ସାମ୍ନାରେ ସୁରକ୍ଷିତ ଏବଂ ଜୀବିତ ଅଛନ୍ତି।

Related posts

‘ବଜରଙ୍ଗ ବାଲୀ ଭଗବାନ ନୁହନ୍ତି’ : ମନୋଜ ମୁନ୍ତାଶିର

mahabharatanews

ପରଲୋକରେ ସଙ୍ଗୀତ ନିର୍ଦ୍ଦେଶକ ଓସ୍ତାଦ ରସିଦ ଖାନ 

mahabharatanews

ଦର୍ଶକଙ୍କ ମନ ମୋହୁଛି ଅନୁଭବଙ୍କ ଫିଲ୍ମ ‘ଲଭ ଇନ୍ ଲଣ୍ଡନ୍‌’

mahabharatanews