ବ୍ୟୁରୋ :ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ସାରା ଦେଶରେ ଆରମ୍ଭ ହୋଇଛି ନିଯୁକ୍ତି ମେଳା । ଦେଶର ୧୦ ଲକ୍ଷ ଯୁବକ ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ ପାଇଁ ସୁଯୋଗ ସୃଷ୍ଟି କରିଛନ୍ତି । ତେବେ ପ୍ରଥମ ପର୍ଯ୍ୟାୟରେ ୭୫ ହଜାରରୁ ଅଧିକ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ଦିଆଯାଇଛି । ସେହିଭଳି ଓଡିଶାରେ ମଧ୍ୟ ଏହି କାର୍ଯ୍ୟକ୍ରମକୁ ଜାରି ରଖିଛନ୍ତି ଦୁଇ କେନ୍ଦ୍ର ମନ୍ତ୍ରୀ । କଟକର ଶହୀଦ ଭବନରେ ଆୟୋଜିତ ନିଯୁକ୍ତି ମେଳାରେ କେନ୍ଦ୍ରମନ୍ତ୍ରୀ ଵିଶେଶ୍ୱେର ଟୁଡୁ ୧୦୫ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ସେହିଭଳି ଭୁବନେଶ୍ୱେରରେ ଆୟୋଜିତ ଏକ ନିଯୁକ୍ତି ମେଳାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ୨୩୯ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ।
previous post