ଓଡିଶା

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୯୮୧ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ହଜାରେ ଉପରେ ରହୁଥିବା ବେଳେ ଆଜି କିନ୍ତୁ ହଜାରେ ତଳେ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୯୮୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୫୭୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ୪୦୬ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ୧୬୬ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ସୂଚନାନୁସାରେ , ରାଜ୍ୟର ୨୯ଟି ଜିଲ୍ଲାରୁ ୯୮୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଅବଶିଷ୍ଟ ଗୋଟିଏ ଜିଲ୍ଲାରେ କିନ୍ତୁ କରୋନା ସଂକ୍ରମଣର ସୂଚନା ନାହିଁ। ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨୫୯ ଜଣ ଚିହ୍ନଟ ହୋଇଛନ୍ତି।

ତେବେ ଆସନ୍ତୁ ଜାଣିବା କେଉଁ ସ୍ଥାନରେ କେତେ ସଂକ୍ରମିତ ଅଛନ୍ତି – ଅନୁଗୁଳ ଜିଲ୍ଲାରୁ ୧, ବାଲେଶ୍ବର ଜିଲ୍ଲାରୁ ୧୩ ଜଣ, ବରଗଡ଼ରୁ ୪୪, ଭଦ୍ରକରୁ ୧୨ ଜଣ, ବଲାଙ୍ଗୀରରୁ ୨୨ ଜଣ, ବୌଦ୍ଧରୁ ୧୦ ଜଣ, କଟକରୁ ୩୮ ଜଣ, ଢେଙ୍କାନାଳରୁ ୩, ଦେବଗଡ଼ରୁ ୮ ଜଣ, ଗଜପତିରୁ ୭ ଜଣ, ଗଞ୍ଜାମରୁ ୧, ଜଗତସିଂହପୁରରୁ ୮ ଜଣ, ଯାଜପୁରରୁ ୧୬ ଜଣ, ଝାରସୁଗୁଡ଼ାରୁ ୨୦ ଜଣ, କଳାହାଣ୍ଡି ଜିଲ୍ଲାରୁ ୩୦ ଜଣ, କନ୍ଧମାଳରୁ ୧୯ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୮ ଜଣ, କେଉଁଝରରୁ ୧୦, ଖୋର୍ଦ୍ଧା ଜିଲ୍ଲାରୁ ୧୫୦, କୋରାପୁଟ ଜିଲ୍ଲାରୁ ୧୬ ଜଣ, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୮୪ ଜଣ, ନବରଙ୍ଗପୁରରୁ ୨୮ ଜଣ, ନୟାଗଡ଼ ଜିଲ୍ଲାରୁ ୨୪ ଜଣ, ନୂଆପଡ଼ାରୁ ୧୦ ଜଣ, ପୁରୀରୁ ୬ ଜଣ, ରାୟଗଡ଼ାରୁ ୮ ଜଣ, ସମ୍ବଲପୁରରୁ ୭୧ ଜଣ, ସୋନପୁରରୁ ୨୩ ଜଣ, ସୁନ୍ଦରଗଡ଼ରୁ ୨୫୯ ଜଣ ଓ ଷ୍ଟେଟପୁଲରୁ ୩୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏପର୍ଯ୍ୟନ୍ତ ରାଜ୍ୟରେ ୧୩, ୧୨, ୧୬୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୨,୯୬, ୨୯୩ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୬୬୩୨ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

Related posts

ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

mahabharatanews

ଆରପାରିରେ ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳ

mahabharatanews

ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

mahabharatanews