ଓଡିଶାରାଜନୀତି

ପ୍ରତିମାସର ତୃତୀୟ ସପ୍ତାହରେ ବରିଷ୍ଠ ଅଧିକାରୀ ଓ ସଚିବମାନଙ୍କୁ ଗାଁକୁ ଯିବା ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ଗାଁକୁ ଯିବା ପାଇଁ ସରକାରି ଅଫିସରମାନଙ୍କୁ ନିର୍ଦ୍ଦେଶ। ପ୍ରତିମାସର ତୃତୀୟ ସପ୍ତାହରେ ବରିଷ୍ଠ ଅଧିକାରୀ ଓ ସଚିବମାନଙ୍କୁ ଗାଁକୁ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଫିଲ୍ଡ ଭିଜିଟ କରିବା ସହ ଅନୁନତ ଅଞ୍ଚଳରେ ରାତ୍ରି ରହଣୀ କରିବେ ସମସ୍ତ ବରିଷ୍ଠ ଅଧିକାରୀ ଓ ସଚିବ । ଏନେଇ ଏକ ଚିଠି କରିଛନ୍ତି ଉନ୍ନୟନ କମିଶନର । ଚିଠିରେ ବରିଷ୍ଠ ଅଧିକାରୀମାନଙ୍କୁ ବିଭିନ୍ନ ସରକାରୀ ଯୋଜନାର ନିରୀକ୍ଷଣ ଓ ସମୀକ୍ଷା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଫିଲ୍ଡ ଭିଜିଟ ପାଇଁ ତୃତୀୟ ସପ୍ତାହରେ ରାଜ୍ୟସ୍ତରୀୟ କୌଣସି ମିଟିଂ କରାଯିବ ନାହିଁ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି । ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ, କୃଷି, ଦକ୍ଷତା ବିକାଶ ଓ ନିବେଶ କ୍ଷେତ୍ରରେ ଉନ୍ନତି ପାଇ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଏଗୁଡ଼ିକ କିଭଳି ସମାଜର ସବୁ ବର୍ଗଙ୍କ ପାଖରେ ପହଞ୍ଚିବ ସେନେଇ ଅଫିସରମାନେ ପଦକ୍ଷେପ ନେବେ । ଅଫିସରମାନେ ଗ୍ରାମାଞ୍ଚଳକୁ ଗସ୍ତ କରିବା ଫଳରେ ଲୋକ ସମ୍ପର୍କ ବଢ଼ିବ ଏବଂ ସରକାରଙ୍କ ଉତର ଦାୟିତ୍ୱ ମଧ୍ୟ ବୃଦ୍ଧି ହେବ ।

Related posts

ରଥ ପରିଚାଳନା ପାଇଁ ଶଙ୍କରାଚାର୍ଯ୍ୟଙ୍କ ପ୍ରଶଂସା

mahabharatanews

ବାହାର ବିଶେଷଜ୍ଞଙ୍କ ସାହାଯ୍ୟ ଲୋଡିଲେ ନନ୍ଦନକାନନ କର୍ତ୍ତୃପକ୍ଷ

mahabharatanews

୮ ଜିଲ୍ଲାକୁ କାଳବୈଶାଖୀ ସମ୍ଭାବନା: କେନ୍ଦ୍ରର ଅରେଞ୍ଜ ୱାର୍ଣ୍ଣିଂ ଜାରି

mahabharatanews

Leave a Comment