ଓଡିଶାରାଜନୀତି

ବିଧାୟକଙ୍କ ଦରମା ବୃଦ୍ଧି ହେଉ

ଗୃହରେ ଦାବି କଲେ ତିନି ଦଳର ପ୍ରମୁଖ ସଦସ୍ୟ
ଭୁବନେଶ୍ୱର: ବିଧାୟକଙ୍କ ଦରମା ବୃଦ୍ଧି ଲାଗି ତିନି ଦଳର ପ୍ରମୁଖ ସଦସ୍ୟମାନେ ଦାବି କରିଛନ୍ତି। ଗୃହର ଶୂନ୍ୟକାଳରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ବିଧାୟକଙ୍କ ଦରମା ବୃଦ୍ଧି କରିବାକୁ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶେଷ ଥର ଲାଗି ଗତ ୨୦୧୭ରେ ବିଧାୟକଙ୍କ ଗସ୍ତ ଖର୍ଚ୍ଚ ଓ ଦରମା ବଢିଥିଲା। ସଂପ୍ରତି ସବୁଠି ଦରଦାମ ବଢିଛି, ତେଣୁ ବିଧାୟକଙ୍କ ଦରମା ଓ ଗସ୍ତ ଖର୍ଚ୍ଚ ବୃଦ୍ଧି କରିବାକୁ ଶ୍ରୀ ମାଝୀ ଦାବି କରିଛନ୍ତି। ବାହାର ରାଜ୍ୟର ବିଦାୟକମାନେ ଅଧିକ ଟଙ୍କା ଦରମା ପାଉଥିବାବେଳେ ଆମ ରାଜ୍ୟରେ ତାହା ବହୁତ କମ ରହିଛି। ରାଜ୍ୟରେ ବିଧାୟକଙ୍କ ଦରମା ଓ ଗସ୍ତ ଖର୍ଚ୍ଚକୁ ମିଶାଇ ମୋଟ ୯୯ ହଜାର ୮ଶହ ଟଙ୍କା ଦରମା ପାଉଛନ୍ତି। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବିଧାୟକଙ୍କ ଦରମା ବଢାଇବାକୁ ମଧ୍ୟ ଦାବି କରିଥିଲେ। ବର୍ତ୍ତମାନ ବିଧାୟକମାନେ ବିଭିନ୍ନ ପ୍ରକାର ସାମାଜିକ କାର୍ଯ୍ୟକ୍ରମକୁ ଯାଉଛନ୍ତି । ତେଣୁ ଦିନକୁ ଦିନ ଖର୍ଚ୍ଚ ବଢୁଛି। ଏହାଛଡା ପୂର୍ବତନ ବିଧାୟକମାନେ ମାତ୍ର ୩୦ ହଜାର ପେନସନ ପାଉଛନ୍ତି। ତେଣୁ ପୂର୍ବତନ ବିଧାୟକଙ୍କ ଦରମା ମଧ୍ୟ ବୃଦ୍ଧି କରାଯାଉ ବୋଲି ଶ୍ରୀ ବାହିନୀପତି ଦାବି କରିଥିଲେ। ସେପଟେ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ମଧ୍ୟ ଦରମା, ପେନସନ ଏବଂ ମେଡିକାଲ ଆଲାଉନସ ପ୍ରଭୃତି ବଢାଇବାକୁ ଗୃହରେ ଦାବି କରିଥିଲେ। ସେହିପରି ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି ମଧ୍ୟ ବିଧାୟକଙ୍କ ଦରମା ବଢାଇବାକୁ ମଧ୍ୟ ଦାବି କରିଛନ୍ତି।

Related posts

ନିର୍ମାଣ ଶ୍ରମିକଙ୍କ ସ୍ଥିତି ଅସମ୍ଭାବ

mahabharatanews

ବରୀରେ ରାସନ୍ କାର୍ଡ ହିତାଧିକାରୀ ବି ପାଉନି ସରକାରୀ ରିଲିଫ୍

mahabharatanews

ଦିଲ୍ଲୀ ଏମ୍ସରେ ଭର୍ତ୍ତିହେଲେ ଜୁଏଲ ଓରାମ

mahabharatanews

Leave a Comment