(ପୁନେ) : ପୁରୁଷ ବିଶ୍ୱକପ୍ ୨୦୨୩ରେ ଭାରତ -ବାଂଲାଦେଶକୁ ପରାସ୍ତ କରିଛି। ଅକ୍ଟୋବର ୧୯ରେ ଅର୍ଥାତ ଆଜି ପୁରୁଷ ବିଶ୍ୱକପ୍ ୨୦୨୩ ମ୍ୟାଚରେ ଭାରତ ବାଂଲାଦେଶକୁ ୭ ୱିକେଟରେ ପରାସ୍ତ କରିଥିଲା । ବାଂଲାଦେଶ ୫୦ ଓଭରରେ ୨୫୬/୮ ରନ୍ କରିଥିବା ବେଳେ ଭାରତ ୪୧.୩ ଓଭରରେ ୩ ୱିକେଟ୍ ହରାଇ ୨୬୧ ରନ୍ କରିଥିଲା। ବିରାଟ କୋହଲିଙ୍କ ଶତକ ବଳରେ ଭାରତ ବାଂଲାଦେଶକୁ ୭ ୱିକେଟରେ ପରାସ୍ତ କରିଥିଲା। ଏହା ହେଉଛି କୋହଲିଙ୍କ ୪୮ତମ ଦିନିକିଆ ଶତକ।
ଏହି ମ୍ୟାଚରେ ବାଂଲାଦେଶ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆରମ୍ଭରୁ ବାଂଲାଦେଶର ଦୁଇ ଓପନର ତାନଜିଦ ହାସନ ଓ ଲିଟନ ଦାସ ଲଢୁଆ ବ୍ୟାଟିଂ କରି ଦଳ ପାଇଁ ଏକ ଭଲ ମୂଳଦୂଆ ପକାଇଥିଲେ । ହାସନ ୫୧ ରନ ଓ ଲିଟନ ୬୬ ରନ କରିଥିଲେ । କିନ୍ତୁ ଦଳର ମଧ୍ୟକ୍ରମ ବିଫଳ ହୋଇଥିଲା । ଭାରତୀୟ ବୋଲରମାନେ ଭଲ ବୋଲିଂ କରି ପୁଣି ଥରେ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ତେବେ ନିମ୍ନ ମଧ୍ୟକ୍ରମ ମଧ୍ୟରୁ ମୁସ୍ତାଫିକୁର ରହିମ ଓ ମହମ୍ମଦୁଲ୍ଲା ଲଢୁଆ ବ୍ୟାଟିଂ ଫଳରେ ବାଂଲାଦେଶ ଏକ ଲଢୁଆ ସ୍କୋର ଛିଡ଼ା କରିବାରେ ସକ୍ଷମ ହୋଇଥିଲା । ରହିମ ୩୮ ରନ ଓ ମହମ୍ମଦୁଲ୍ଲୀ ୪୬ ରନ କରିଥିଲେ ।