ନୂଆଦିଲ୍ଲୀ: ଗଲୱାନଠାରେ ୨୦ଜଣ ଭାରତୀୟ ଯବାନ ସହିଦ ହେବା ପରେ ଭାରତ ପ୍ରତିକ୍ରିୟାଶୀଳ ହୋଇଛି । ଚୀନକୁ ହାତରେ ନ ମାରି ଭାତରେ ମାରିବାକୁ ଯୋଜନା କରୁଛି । ପ୍ରଥମରେ ୫୯ଟି •ଇନିଜ୍ ଆପର ବ୍ୟବହାର ଭାରତରେ ବ୍ୟାନ କରାଯିବା ପରେ ଏବେ ଚୀନରୁ ଆମଦାନୀ ହେଉଥିବା ବିଦ୍ୟୁତ ଉପକରଣ ଉପରେ ନିଷିଦ୍ଧାଦେଶ ଜାରି କରାଯାଇଛି । ଚୀନ୍ ସହ •ଲିଥିବା ସୀମା ବିବାଦ ମଧ୍ୟରେ କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର.କେ ସିଂ ରାଜ୍ୟ ଶକ୍ତିମନ୍ତ୍ରୀମାନଙ୍କ ସହ ଏକ ଭର୍ଚୁଆଲ୍ରେ କହିଛନ୍ତି, ଚୀନ୍ ଏବଂ ପାକିସ୍ଥାନରୁ ଯନ୍ତ୍ରପାତି ଆମଦାନୀକୁ ବିଶେଷ ଯାଞ୍ଚଞ୍ଚ ଆଧାରରେ ଅନୁମତି ଦିଆଯିବ ନାହିଁ ।
ଶକ୍ତି ମନ୍ତ୍ରୀ କହିଛନ୍ତି ଯେ, •ଇନାର ସଂସ୍ଥାଗୁଡ଼ିକୁ ଯନ୍ତ୍ରପାତି ଯୋଗାଣ ପାଇଁ ରାଜ୍ୟ ଡିସକମ୍ ନିର୍ଦ୍ଦେଶ ଦେବା ଉଚିତ ନୁହେଁ । ଆମେ ଏଠାରେ ସବୁକିଛି ଉତ୍ପାଦନ କରୁଛୁ । ଚୀନ୍ ଠାରୁ ୨୧,୦୦୦ କୋଟି ଟଙ୍କା ସମେତ ଭାରତ ୭୧,୦୦୦ କୋଟି ମୂଲ୍ୟର ବିଦ୍ୟୁତ ଉପକରଣ ଆମଦାନୀ କରିଛି, ଯାହା ଖୁବ ଅଧିକ । ଚୀନ ଏବଂ ପାକିସ୍ତାନ ଲଗାତାର ଭାରତ ଉପରେ ଆକ୍ରମଣ କରିବା ସହ ସୀମା ଅତିକ୍ରମ କରୁଛି । ଏଭଳି ସ୍ଥିତିରେ ଆମେ ଏବେ ଚୀନ୍ ଏବଂ ପାକିସ୍ତାନଠାରୁ ବିଦ୍ୟୁତ ଉପକରଣ ଆମଦାନୀ କରିବୁ ନାହିଁ । ଆମଦାନୀକୁ ରୋକିବା ପାଇଁ ଚୀନ୍ ଏବଂ ପାକିସ୍ତାନକୁ “ପ୍ରାଇଅର ରେଫରେନ୍ସ’ ଦେଶ ଭାବରେ ଶ୍ରେଣୀଭୁକ୍ତ କରାଯିବ । ଏହି ନିୟମ ଅନୁଯାୟୀ ଚୀନ୍ ଏବଂ ପାକିସ୍ଥାନରୁ କୌଣସି ସାମଗ୍ରୀକୁ ଆମଦାନୀ କରିବା ପାଇଁ ଭାରତ ସରକାରଙ୍କ ଅନୁମତି ନେବାକୁ ପଡିବ ।