Uncategorized

ଜିକା ଭୂତାଣୁ କେରଳରେ ଚିହ୍ନଟ

ତିରୁବନନ୍ତପୁରମ: ଦେଶରେ କରୋନା ଭୂତାଣୁ ସଂକ୍ରମଣ ମୁଣ୍ଡବ୍ୟଥାର କାରଣ ହୋଇଥିବା ବେଳେ କେତେକ ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ସହ ଜିକା ଭୂତାଣୁ ଠାବ ଚିନ୍ତାକୁ ଆହୁରି ବଢାଇଦେଲାଣି । କେରଳର ତିରୁବନନ୍ତପୁରମ୍ ଅନ୍ତର୍ଗତ ପରସାଲା ଅଞ୍ଚଳର ଜଣେ ଯୁବତୀ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ବୀନା ଜର୍ଜ କହିଛନ୍ତି। ଜିକା ଭୂତାଣୁ ସଂକ୍ରମିତଙ୍କଠାରେ ଡେଙ୍ଗୁ ରୋଗୀ ପରି ଲକ୍ଷଣ ପ୍ରକାଶ ପାଇଥାଏ। ଜ୍ୱର, ଚର୍ମରେ ନାନାଦି ଦାଗ ହେବା ଓ ଜଏଣ୍ଟ୍ ପେନ୍ ଆଦି ଲକ୍ଷଣ ଦେଖାଦେଇଥାଏ।
ଏକ ଘରୋଇ ହସ୍ପିଟାଲରେ ୨୪ ବର୍ଷୀୟା ମହିଳା ଗର୍ଭଯନ୍ତ୍ରଣା ପରେ ଭର୍ତ୍ତି ହେବା ପରେ ତାଙ୍କଠାରେ ଜିକା ଭୂତାଣୁ ଲକ୍ଷଣ ଦେଖାଦେଇଥିଲା । ଯଦିଓ ଉକ୍ତ ମହିଳା କୌଣସି ଅନ୍ୟ ରାଜ୍ୟକୁ ଯାଇଥିବାର ରେକର୍ଡ ନାହିଁ, ତଥାପି ତାଙ୍କ ଘର ତାମିଲନାଡ଼ୁ ସୀମାବର୍ତ୍ତୀ ଅଞ୍ଚଳରେ । ସପ୍ତାହକ ତଳେ ତାଙ୍କ ମା’ଙ୍କଠାରେ ମଧ୍ୟ ସମାନ ଲକ୍ଷଣ ଦେଖାଦେଇଥିଲା । ଏହି ମହିଳା ଜଣକଙ୍କଠାରେ ଜିକା ଭାଇରସ୍ ରହିଥିବା ନିଶ୍ଚିତ ହୋଇଥିବା ବେଳେ ରାଜ୍ୟରେ ଆହୁରି ୧୩ ଜଣଙ୍କଠାରେ ଭୂତାଣୁ ସଂକ୍ରମଣର ଅନୁମାନ କରାଯାଉଛି। ଏନେଇ ପୁଣେସ୍ଥିତ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିର ରିପୋର୍ଟକୁ କେରଳ ସରକାର ଅପେକ୍ଷା କରିଛନ୍ତି।

 

Related posts

ସରକାରୀ କାର୍ଯ୍ୟକ୍ରମରେ ପତ୍ନୀଙ୍କ ଉପସ୍ଥିତି ନେଇ ପ୍ରଶ୍ନରେ ଦିନକର କ୍ଷୁବ୍ଧ

mahabharatanews

୨ୟ ପର୍ୟ୍ୟାୟ ବନ୍ଦେ ଭାରତ ମିଶନ: ଫେରିବେ ୨୩ ହଜାର

mahabharatanews

ଦିନକରେ ୨୦ ହଜାର ଟପିଲା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

mahabharatanews