ଭାରତ

ମଣିପୁରରୁ ଫେରିଲେ ୨୧ ଜଣିଆ ଟିମ 

(ମଣିପୁର) :  ମିଳିତ ବିରୋଧୀ ଦଳ ‘ଇ-ଣ୍ଡି-ଆ’ର ଏକ ୨୧ ଜଣିଆ ଏମ୍‌ପିଙ୍କ ଟିମ୍ ଦୁଇଦିନିଆ ମଣିପୁର ଗସ୍ତରେ ଆସି ରାଜ୍ୟ ପରିସ୍ଥିତିର ସମୀକ୍ଷା କରିଛନ୍ତି। ଆଜି ସେମାନେ ରାଜ୍ୟପାଳ ଅନୁସୂୟା ଉଇକେଙ୍କ ପାଖକୁ ଆସି ନିଜର ଅନୁଭୂତି ବାଣ୍ଟିବା ସହ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସ୍ମାରକପତ୍ରରେ ସେମାନେ ରାଜ୍ୟର ଶାନ୍ତି ଓ ସଦ୍‌ଭାବ ଫେରାଇ ଆଣିବା ପାଇଁ ସମସ୍ତ ପ୍ରକାର ଫଳପ୍ରଦ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟପାଳଙ୍କୁ ଅନୁରୋଧ କରିଥିଲେ।

ସୂଚନାନୁଯାୟୀ , ରାଜ୍ୟରେ ଶାନ୍ତି ଓ ସ୍ବାଭାବିକତା ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାରଙ୍କୁ ହସ୍ତକ୍ଷେପ କରିବା ଲାଗି ନୋଟିସ୍ ଜାରି କରିବାକୁ ସେମାନେ ରାଜ୍ୟପାଳଙ୍କୁ ଅନୁରୋଧ କରିଥିଲେ। ଏହାପୂର୍ବରୁ ଉକ୍ତ ଟିମ୍ ଚୁରାଚାନ୍ଦପୁର, ମୋଇରଙ୍ଗ ଓ ଇମ୍ଫାଲରେ ଥିବା ରିଲିଫ ଶିବରଗୁଡ଼ିକ ପରିଦର୍ଶନ କରି ପୀଡ଼ିତ ଓ ଶିବିରବାସୀଙ୍କ ଅବସ୍ଥା ବିଷୟରେ ସେମାନଙ୍କଠାରୁ ପଚାରି ବୁଝିଥିଲେ। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମଣିପୁର ପ୍ରସଙ୍ଗରେ ବିଫଳ ହୋଇଛନ୍ତି। ପ୍ରାୟ ୩ ମାସ ଧରି ଚାଲିଥିବା ହିଂସାରେ ୧୪୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦୦୦ରୁ ଅଧିକ ଗୃହଦାହ ହୋଇଛି ଏବଂ ୬୦,୦୦୦ରୁ ଅଧିକ ଲୋକ ସ୍ଥାନାନ୍ତର ହୋଇଛନ୍ତି।

Related posts

ନକ୍ସଲଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ୨ ଯବାନ ସହିଦ

mahabharatanews

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଷଷ୍ଠ ଥର ପାଇଁ ସମନ ଜାରି

mahabharatanews

ଝାଡଖଣ୍ଡରେ ରାଜନୈତିକ ସସପେନ୍ସ ଜାରି

mahabharatanews