Uncategorized

ଚୀନ ସହ ତିକ୍ତତା ମଧ୍ୟରେ ଭାରତ କିଣିବ ୩୩ ନୂଆ ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ଚୀନ ସୀମାନ୍ତରେ ଦେଖା ଦେଇଥିବା ତିକ୍ତତାକୁ ନେଇ ଗୋଟିଏ ପଟେ ଭାରତ ଚୀନ ସହ ଆଲୋଚନା ଚଳାଇଥିବା ବେଳେ ଅନ୍ୟ ପଟେ ବାୟୁସେନାର କ୍ଷମତା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ଭାରତ ସରକାର ୧୨ଟି ନୂଆ ସୁଖୋଇ ଏବଂ ୨୧ ଟି ନୂଆ ମିଗ-୨୯ ବିମାନ କିଣିବାକୁ ନିଷ୍ପତ୍ତି ନେଇଛି। ଏହି ବିମାନ କ୍ରୟ ପାଇଁ ଭାରତୀୟ ବାୟୁସେନା ପ୍ରକ୍ରିୟା ଆରମ୍ଭ କରିଛି । ଶୀଘ୍ର ବିମାନ କିଣିବାକୁ ସରକାରକୁ ସେନା ପକ୍ଷରୁ ଏକ ପ୍ରସ୍ତାବ ଦିଆଯାଇଛି।
ଆସନ୍ତା ସପ୍ତାହ ସୁଦ୍ଧା ପ୍ରାୟ ପାଞ୍ଚ ହଜାର କୋଟି ଟଙ୍କାର ଏହି ଚୁକ୍ତି ଉପରେ ମନ୍ତ୍ରଣାଳୟ ନିଷ୍ପତ୍ତି ନେବ। ଋଷରୁ ଅତିରିକ୍ତ ମିଗ-୨୯ଏସ୍ କିଣିବା ପାଇଁ ବର୍ତ୍ତମାନର ଚୁକ୍ତିରେ ସଂଶୋଧନ କରାଯିବ । ୩୬ଟି ରାଫେଲ ବିମାନ ପାଇଁ ୨୦୧୬ରେ ସ୍ୱାକ୍ଷରିତ ହୋଇଥିବା ଚୁକ୍ତି ପରେ ବାୟୁସେନା ଦ୍ବାରା ୩୩ଟି ନୂତନ ବିମାନ କ୍ରୟ ପାଇଁ ଏହା ଦ୍ୱିତୀୟ ଚୁକ୍ତି ହେବ।

Related posts

ଏହି ଉପାୟରେ କରନ୍ତୁ ଚନ୍ଦ୍ର ପୂଜା ଦୂର ହେବ ଆର୍ଥିକ ସଙ୍କଟ

mahabharatanews

ଯବାନଙ୍କ ଗୁଳିରେ ୩ ଆତଙ୍କବାଦୀ ନିହତ

mahabharatanews

ଅସନ୍ତୁଷ୍ଟ ଆତ୍ମା ମାନଙ୍କର ମହାସାଗର ରାଜନିତୀ

mahabharatanews