Uncategorized

ଚୀନ ସହ ତିକ୍ତତା ମଧ୍ୟରେ ଭାରତ କିଣିବ ୩୩ ନୂଆ ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ଚୀନ ସୀମାନ୍ତରେ ଦେଖା ଦେଇଥିବା ତିକ୍ତତାକୁ ନେଇ ଗୋଟିଏ ପଟେ ଭାରତ ଚୀନ ସହ ଆଲୋଚନା ଚଳାଇଥିବା ବେଳେ ଅନ୍ୟ ପଟେ ବାୟୁସେନାର କ୍ଷମତା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ଭାରତ ସରକାର ୧୨ଟି ନୂଆ ସୁଖୋଇ ଏବଂ ୨୧ ଟି ନୂଆ ମିଗ-୨୯ ବିମାନ କିଣିବାକୁ ନିଷ୍ପତ୍ତି ନେଇଛି। ଏହି ବିମାନ କ୍ରୟ ପାଇଁ ଭାରତୀୟ ବାୟୁସେନା ପ୍ରକ୍ରିୟା ଆରମ୍ଭ କରିଛି । ଶୀଘ୍ର ବିମାନ କିଣିବାକୁ ସରକାରକୁ ସେନା ପକ୍ଷରୁ ଏକ ପ୍ରସ୍ତାବ ଦିଆଯାଇଛି।
ଆସନ୍ତା ସପ୍ତାହ ସୁଦ୍ଧା ପ୍ରାୟ ପାଞ୍ଚ ହଜାର କୋଟି ଟଙ୍କାର ଏହି ଚୁକ୍ତି ଉପରେ ମନ୍ତ୍ରଣାଳୟ ନିଷ୍ପତ୍ତି ନେବ। ଋଷରୁ ଅତିରିକ୍ତ ମିଗ-୨୯ଏସ୍ କିଣିବା ପାଇଁ ବର୍ତ୍ତମାନର ଚୁକ୍ତିରେ ସଂଶୋଧନ କରାଯିବ । ୩୬ଟି ରାଫେଲ ବିମାନ ପାଇଁ ୨୦୧୬ରେ ସ୍ୱାକ୍ଷରିତ ହୋଇଥିବା ଚୁକ୍ତି ପରେ ବାୟୁସେନା ଦ୍ବାରା ୩୩ଟି ନୂତନ ବିମାନ କ୍ରୟ ପାଇଁ ଏହା ଦ୍ୱିତୀୟ ଚୁକ୍ତି ହେବ।

Related posts

ସ୍କୁଲ ଲାଇବ୍ରେରୀରେ ଅଗ୍ନିକାଣ୍ଡ: ବ୍ୟାପକ କ୍ଷୟକ୍ଷତି

mahabharatanews

କୁଖ୍ୟାତ ଅପରାଧୀ ଅନିଲ ଦୁଜାନାଙ୍କୁ ଏନକାଉଣ୍ଟର କଲା ୟୁପି ଏସଟିଏଫ

mahabharatanews

ରାଙ୍କିଙ୍ଗର ଟପ୍ ୧୦ ତାଲିକାରେ ଇଶାନ

mahabharatanews