ପ୍ରଯୁକ୍ତି

ଭାରତୀୟ ଟିକା ‘କୋଭାକ୍ସିନ’ର ଦ୍ବିତୀୟ ପର୍ୟ୍ୟାୟ ଟ୍ରାଏଲ ପାଇଁ ମିଳିଛି ମଞ୍ଜୁରି

(ହାଇଦ୍ରାବାଦ): ହାଇଦ୍ରାବାଦର ଭାରତ ବାୟୋଟେକ୍ କମ୍ପାନିକୁ ଭାକସିନ ‘କୋଭାକ୍ସିନ’ର ଦ୍ବିତୀୟ ପର୍ୟ୍ୟାୟ ଟ୍ରାଏଲ ପାଇଁ ମିଳିଛି ମଞ୍ଜୁରି । ମାଙ୍କଡ ଉପରେ କୋଭାକ୍ସିନର ଟ୍ରାଏଲ ସଫଳ ହୋଇଥିବା କମ୍ପାନି ଦାବି କରିଛି । ଉକ୍ତ ମାଙ୍କଡ ଶରୀରରେ ଆଣ୍ଟିବଡ଼ି ବିକଶିତ କରିଛି । ଜୀବିତ ଶରୀରରେ ଏହି ଟିକା ଫ୍ରଳପ୍ରଦ ହୋଇଛି । ଭାରତ ବାୟୋଟେକ କିଛି ସ୍ବତନ୍ତ୍ର ମାଙ୍କଡ଼ଙ୍କ ଉପରେ ଟିକାର ଡୋଜ୍ ଦେଇଥିଲା । ଏହାପରେ ମାଙ୍କଡ ଦେହରେ ଆଣ୍ଟିବଡି ଫରମେସନ ହୋଇଥିବା ଜଣାପଡିଛି । ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଂଟ୍ରୋଲ ଅର୍ଗାନାଇଜେସନ (ସିଡିଏସସିଓ) ମାଙ୍କଡ ଉପରେ ସଫଳ ପରୀକ୍ଷଣ ପରେ ଏହି ମାସରେ ଭାରତ ବାୟୋଟେକକୁ ଦ୍ବିତୀୟ ପର୍ୟ୍ୟାୟ ଟ୍ରାଏଲ ପାଇଁ ଅନୁମତି ଦେଇଛି।

‘କୋଭାକ୍ସିନ’କୁ ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ (ଆଇସିଏମଆର), ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲଜି (ଏନଆଇଭି) ଓ ଭାରତ ବାୟୋଟେକ୍ ମିଶି ବିକଶିତ କରିଛନ୍ତି। ଜୁନ୍ ୨୯ରେ ଭାରତ ବାୟୋଟେକ୍ ଘୋଷଣା କରିଥିଲା ଯେ କରୋନା ପସେ ଟିକା ପ୍ରସ୍ତୁତ କରିଛି। ୨୦୨୦ ଜୁଲାଇ ୧୫ରେ କୋଭାକ୍ସିନର ପ୍ରଥମ ପର୍ୟ୍ୟାୟ ଟ୍ରାଏଲ ଆରମ୍ଭ ହୋଇଥିଲା । ତେବେ ସେରମ ଇନଷ୍ଟିଚ୍ୟୁଟ୍ ଅକ୍ସଫୋର୍ଡ ଟିକା ଟ୍ରାଏଲକୁ ସ୍ଥଗତି ରହିଥିବା ଅନ୍ୟ ଭାକସିନର ଟ୍ରାଏଲ ଜାରି ରହିଛି।

Related posts

ବ୍ରହ୍ମପୁର ଆଇଆଇଟି ପ୍ରସ୍ତୁତ କଲା ଡିସ୍ଇନଫେକ୍ସନକାରୀ ରୋବଟ

mahabharatanews

କୋଭାକ୍ସିନକୁ ମିଳିବ ଡବ୍ଲୁଏଚଓ ମାନ୍ୟତା

mahabharatanews

୨୦୨୫ ମାର୍ଚ୍ଚ ସୁଦ୍ଧା ସମସ୍ତ ଗାଁକୁ ପହଞ୍ଚିଯିବ ନେଟୱର୍କ : ମନ୍ତ୍ରୀ ମୁକେଶ ମହାଲିଙ୍ଗ

mahabharatanews