ଦେଶ ବିଦେଶ

ୟୁଏଇରେ ଭାରତୀଙ୍କୁ ନିର୍ମମ ହତ୍ୟା ; ମିଳୁନି ପତ୍ନୀ ଓ ପୁଅର ପତ୍ତା

ୟୁଏଇରେ   ଭାରତୀୟ ବ୍ୟକ୍ତିଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ୯ ଖଣ୍ଡ ଅବସ୍ଥାରେ ମିଳିଛି ବ୍ୟକ୍ତିଙ୍କ ମୃତଦେହ। ମୃତକଙ୍କ ଘର  କର୍ଣ୍ଣାଟକାର ଉଡୁପିରେ । ଜୁଲାଇ ମାସରେ କର୍ଣ୍ଣାଟକାର ମୂଳବାସିନ୍ଦା ଅଲୱିନ ପ୍ରକାଶ କୁଣ୍ଡେରଙ୍କୁ କରାଯାଇଥିଲା ହତ୍ୟା। ତାଙ୍କ ଖଣ୍ଡବିଖଣ୍ଡିତ ମୃତଦେହକୁ ଓମାନକୁ ଲାଗି ଥିବା ରାସ୍ତା କଡ଼ରେ ପାର୍କ ହୋଇଥିବା ଗୋଟିଏ କାର ଭିତରୁ ଠାବ କରାଯାଇଥିଲା। ତାଙ୍କ ମୃତଦେହକୁ ୯ ଖଣ୍ଡ କରି କଟା ଯାଇଥିବା ବେଳେ ସେଗୁଡ଼ିକୁ ୨ଟି ବ୍ୟାଗ ମଧ୍ୟରେ ରଖାଯାଇଥିଲା।

ପ୍ରକାଶଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ଟିନା କୁଣ୍ଡେର ଓ ୧୦ମ ଶ୍ରେଣୀରେ ପଢ଼ୁଥିବା ପୁଅ ନିଖୋଜ ହୋଇ ଯାଇଛନ୍ତି। ସେମାନଙ୍କ ପତ୍ତା ଏଯାଏ ମିଳି ପାରିନାହିଁ। କୁହାଯାଉଥିଲା ଯେ ପ୍ରକାଶଙ୍କ ମୃତ୍ୟୁ ପରେ ସେମାନେ ଶାରଜା ଛାଡ଼ିଥିଲେ ଓ ଭାରତ ଚାଲି ଆସିଥିଲେ। ହେଲେ ଏଯାଏ ସେମାନଙ୍କ ଠିକଣା ଜଣାପଡ଼ି ନାହିଁ। ସେହିଭଳି ପ୍ରକାଶଙ୍କ ହତ୍ୟା ସହ ସେମାନଙ୍କର କୌଣସି ଲିଙ୍କ୍‌ ଅଛି କି ନାହିଁ, ସେକଥା ମଧ୍ୟ ସ୍ପଷ୍ଟ ହୋଇନି।

Related posts

ଆତଙ୍କବାଦୀଙ୍କ ସହିତ ଲଢ଼ିଥିବା ‘ଟାଇସନ’ଙ୍କୁ ସମ୍ମାନିତ…

mahabharatanews

ଆସାମରେ ଲଗାତାର ଦୁଇ ଥର ପାଇଁ ବିଜେପି ସରକାର କ୍ଷମତାରେ ଅଛି, ତେବେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱା ମୁସଲିମ ଜନସଂଖ୍ୟା ପାଇଁ କାହିଁକି ଚିନ୍ତିତ?

mahabharatanews

ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନରେ ଚମକପୂର୍ଣ୍ଣ ଫଳାଫଳ, ମହାୟୁତିକୁ ଝଟକା

mahabharatanews