ଦେଶ ବିଦେଶ

ବିଶ୍ୱର ନଜର:  ଆମେରିକା ଗସ୍ତ କରିପାରନ୍ତି ମୋଦି

ଡିସେମ୍ବର ମାସରେ ଆମେରିକା ଗସ୍ତ କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଫ୍ଲୋରିଡାରେ ଡିସେମ୍ବର ୧୪ ଓ ୧୫ରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ମୋଦି ଯୋଗ ଦେଇପାରନ୍ତି।  ଏହି ସମ୍ମିଳନୀର ଆୟୋଜନ କରିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ ନେଇ ଭାରତ ସରକାରଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ ।

ଯଦି ମୋଦିଙ୍କ ଗସ୍ତ ଚୂଡ଼ାନ୍ତ ହୁଏ, ତେବେ ଜି-୨୦ ସମ୍ମିଳନୀ ଅବସରରେ ମୋଦି ଓ ଟ୍ରମ୍ପଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ହୋଇପାରେ। । ଏହି ସମ୍ଭାବ୍ୟ ବୈଠକକୁ ନେଇ ଭାରତ-ଆମେରିକା ସମ୍ପର୍କ ଉପରେ ସାରା ବିଶ୍ୱର ନଜର ରହିଛି। ବାଣିଜ୍ୟିକ ପ୍ରସଙ୍ଗ ସହ ରୁଷିଆରୁ ଭାରତର ତେଲ କିଣାକୁ ନେଇ ମଧ୍ୟ ଦୁଇ ଦେଶ ମଧ୍ୟରେ ଆଲୋଚନା ଚାଲିଛି । ତେଣୁ ମୋଦୀ-ଟ୍ରମ୍ପ ସାକ୍ଷାତ ହେଲେ ଟ୍ରେଡ୍, ଏନର୍ଜି ଓ ଦ୍ୱିପାକ୍ଷିକ ସମ୍ପର୍କ ପ୍ରମୁଖ ପ୍ରସଙ୍ଗ ହୋଇପାରେ ।

Related posts

ଇସ୍ରୋର ବେଙ୍ଗାଲୁରୁ ସ୍ଥିତ ମୁଖ୍ୟାଳୟକୁ ବୋମା ଧମକ

mahabharatanews

ଆଜି ହେଉଛି ଏହି କିମ୍ବଦନ୍ତି କ୍ରିକେଟ ଯୁବରାଜ ସିଂ ଙ୍କ ଜନ୍ମଦିନ

mahabharatanews

ଜିଡିଟାଲେ ପେମେଣ୍ଟ କ୍ଷେତ୍ରରେ ଏପ୍ରିଲି ପହିଲାରୁ ହେବ ବଡ ପରିବର୍ତ୍ତନ ।

mahabharatanews