ଖେଳ

ମ୍ୟାଚ ହାରିଲା ଆଫଗାନିସ୍ତାନ; ଭାରତୀୟଙ୍କର ଭାଙ୍ଗିଲା ହୃଦୟ

ଶାରଜାହ: ଟିମ ଇଣ୍ଡିଆର ସେମିଫାଇନାଲ ଆଶା ସମ୍ପୂର୍ଣ୍ଣ ମଉଳି ଯାଇଛି । ଆଜି ଆଫଗାନିସ୍ତାନ-ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ନ୍ୟୁଜିଲାଣ୍ଡ ୮ ୱିକେଯରେ ବିଜୟ ହାସଲ କରିଛି । ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଆଫଗାନିସ୍ତାନ ପ୍ରାରମ୍ଭିକ ଝଟକା ପରେ ନିର୍ଦ୍ଧାରିତ ୨୦ ଓଭରରେ ୧୨୪ ରନ ସଂଗ୍ରହ କରି ପାରିଥିଲା । କିନ୍ତୁ ନ୍ୟୁଜିଲାଣ୍ଡ ଏହାକୁ ୧୧ ବଲ ବାକି ଥାଇ ହାସଲ କରି ନେଇଛି । ଏହି ବିଜୟ ସହ ନ୍ୟୁଜିଲାଣ୍ଡ ସେମି ଫାଇନାଲକୁ ସିଧାସଳଖ ଏଣ୍ଟ୍ରି ମାରିଛି । ଏଥି ସହିତ ଭାରତର ସେମି ଫାଇନାଲ ଆଶା ଆଶାରେ ରହିଯାଇଛି ।
ଆଜି ଆଫଗାନିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ଉଭୟ ଦଳ ସହିତ ଭାରତ ପାଇଁ ମଧ୍ୟ ଖୁବ ଗୁରୁତ୍ୱପୂର୍ଣ୍ଣ ଥିଲା । ମ୍ୟାଚର ଫଳାଫଳ ଉପରେ ନିର୍ଭର କରୁଥିଲା ତିନୋଟି ଦଳର ଭବିଷ୍ୟତ । ତେବେ ଏଭଳି ଏକ ମହତ୍ତ୍ୱପୂର୍ଣ୍ଣ ମ୍ୟାଚରେ ନ୍ୟୁଜିଲାଣ୍ଡ ଜିତାପଟ ମାରିଛି । ଏବଂ ସିଧାସଳଖ ସେମି ଫାଇନାଲକୁ ପ୍ରବେଶ କରିଛି । ୨୦ ଓଭରରେ ମିଳିଥିବା ୧୨୫ ରନର ଟାର୍ଗେଟକୁ ୨ ୱିକେଟ ହରାଇ ୧୮.୧ େରେ ବିଜୟ ହାସଲ କରି ନେଇଛି । ଦଳ ତରଫରୁ ଅଧିନାୟକ କେନ ୱିଲିୟମସନ ୪୦ ରନ କରିଥିବା ବେଳେ ଡେଭିଡ କନୱେ ୩୬ ରନ କରି ଅପରାଜିତ ରହିଛନ୍ତି । ଆଫଗାନିସ୍ତାନ ବିପକ୍ଷରେ ଏହି ସହଜ ବିଜୟ ପରେ ୮ ପଏଣ୍ଟ ସହ ସେମିଫାଇନାଲ ପାଇଁ ଉନ୍ନୀତ ହୋଇଛି କିୱି ଟିମ ।
କିନ୍ତୁ ଏହି ବିଜୟ ଭାରତ ପାଇଁ ମହଙ୍ଗା ପଡିଛି ଗୃପର ସବୁଠାରୁ ଅଧିକ ରନ ରେଟ ଥାଇ ମଧ୍ୟ ଭାରତ ସେମିଫାଇନାଲ ରେସରୁ ବାଦ ପଡିଛି । ଏହିଠାରେ ବିରାଟ କୋହଲୀଙ୍କ ନେତୃତ୍ୱରେ ବିଶ୍ୱକପ ଯାତ୍ରା ମଧ୍ୟ ଶେଷ ହୋଇଛି । ଘୋଷଣା ଅନୁସାରେ ବିଶ୍ୱକପ ପରେ କୋହଲୀ ଅଧିନାୟକ ପଦରୁ ଇସ୍ତଫା ଦେବେ ।

Related posts

ଗୋଆରେ ଚାଲିଥିବା FIDE ଚେସ୍ ବିଶ୍ୱକପ୍ ରୁ ବାଦ ପଡ଼ିଲେ ବିଶ୍ୱ ଚାମ୍ପିଅନ ଡି ଗୁକେଶ

mahabharatanews

ନିଖୋଜ ମହିଳା କ୍ରିକେଟର ରାଜଶ୍ରୀଙ୍କ ଝୁଲନ୍ତା ମୃତଦେହ ଠାବ

mahabharatanews

ବିଖ୍ୟାତ ତାମିଲ କ୍ରିକେଟ କମେଣ୍ଟେଟର ଅବଦୁଲ ଜବାରଙ୍କ ପରଲୋକ

mahabharatanews