ଖେଳଦେଶ ବିଦେଶ

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ବିସିସିଆଇ ପକ୍ଷରୁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବଙ୍କୁ ଦଳର ଅଧିନାୟକ ଏବଂ ଶୁବମନ୍ ଗିଲ୍ ଙ୍କୁ ଉପ-ଅଧିନାୟକ ଭାବରେ ନିଯୁକ୍ତ କରାଯାଇଛି । ଆଘାତ ଜନିତ ସମସ୍ୟା ଲାଗି ଦୁଇମାସ ହେବ କ୍ରିକେଟ୍‌ରୁ ଦୂରେଇ ରହିଥିବା ତାରକା ଅଲ୍‌ରାଉଣ୍ଡର୍ ହାର୍ଦିକ ପାଣ୍ଡ୍ୟା ଦଳକୁ ଫେରିଛନ୍ତି । ଏହା ସହିତ ଯଶପ୍ରୀତ ବୁମରା ମଧ୍ୟ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ରୁ ବିଶ୍ରାମ ପରେ ଟି-୨୦ ଦଳରେ ସାମିଲ ହୋଇଛନ୍ତି । ଟେଷ୍ଟ ସିରିଜ୍‌ରେ ଆହତ ହୋଇଥିବା ଉପ-ଅଧିନାୟକ ଶୁବମନ୍ ଗିଲ୍‌ଙ୍କୁ ଟି-୨୦ ସିରିଜ୍‌ରେ ଖେଳିବା ପୂର୍ବରୁ ବିସିସିଆଇ ର ସେଣ୍ଟର ଅଫ୍ ଏକ୍ସିଲେନ୍ସରୁ ଫିଟନେସ୍ କ୍ଲିୟରାନ୍ସ ଆଣିବାକୁ ପଡ଼ିବ ।

India Unveil New T20 World Cup 2026 Jersey During Raipur ODI

ଏହି ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍ ଆସନ୍ତା ଡିସେମ୍ବର ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯିବ ଓ ପରବର୍ତ୍ତୀ ମ୍ୟାଚ୍ ଗୁଡ଼ିକ ଡିସେମ୍ବର ୧୧ରେ ମୁଲ୍ଲାନପୁର, ଡିସେମ୍ବର ୧୪ରେ ଧର୍ମଶାଳା, ଡିସେମ୍ବର ୧୭ରେ ଲକ୍ଷ୍ନୌ, ଏବଂ ଅହମ୍ମଦାବାଦ (ଡିସେମ୍ବର ୧୯) ରେ ଅନୁଷ୍ଠିତ ହେବ ।

India Unveils 2026 T20 World Cup Jersey During Raipur ODI

ଭାରତୀୟ ଟିମ୍: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଶୁବମନ୍ ଗିଲ୍ (ଉପ-ଅଧିନାୟକ), ଅଭିଷେକ ଶର୍ମା, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ଜିତେଶ ଶର୍ମା (ୱିକେଟ୍ କିପର), ସଞ୍ଜୁ ସାମସନ (ୱିକେଟ୍ କିପର), ଯଶପ୍ରୀତ ବୁମରା, ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂ, କୁଲଦୀପ ଯାଦବ, ହର୍ଷିତ ରାଣା, ୱାଶିଂଟନ ସୁନ୍ଦର ।

May be an image of football and text that says 'TEAM INDIA SQUAD SOUTH AFRICA TOUR OF INDIA T2oI SERIES 2025 SURYA KUMAR YADAV c SHUBMAN GILL* VC ABHISHEK SHARMA TILAK VARMA HARDIK PANDYA SHIVAM DUBE AXAR PATEL JITESH SHARMA WK SANJU SAMSON WK JASPRIT BUMRAH VARUN CHAKARAVARTHY ARSHDEEP SINGH KULDEEP YADAV HARSHIT RANA WASHINGTON SUNDAR NOTE: SUBJECT TO FITNESS CLEARANCE FROM BCCI COE bollo BCCI.TV #INDvSA'

Related posts

ନୀତା ଅମ୍ବାନୀ ଦ୍ୱିତୀୟ ଥର ପାଇଁ ହେଲେ ‘ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି’ର ସଦସ୍ୟ

mahabharatanews

ବିଲ୍‌ର ଦ୍ରୁତ ଗତି, ହଙ୍ଗାମା ଏବଂ ଅସମ୍ପୂର୍ଣ୍ଣ ପ୍ରଶ୍ନ… ସଂସଦର ଶୀତକାଳୀନ ଅଧିବେଶନ କେତେ ସଫଳ ହୋଇଛି?

mahabharatanews

ଟସ୍ ଜିତି ଦକ୍ଷିଣ ଆଫ୍ରିକାର ବୋଲିଂ ନିଷ୍ପତି

mahabharatanews