ଓଡିଶା

କାଲିମେଳା ଥାନା ଅଧିକାରୀଙ୍କ ଗୀତ ଥିଲା ଆକର୍ଷଣ…

ମାଲକାନଗିରି, ୪ ଡିସେମ୍ବର : କାଲିମେଳା ବ୍ଲକ୍ ସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ ଏବେ ସଫଳତାର ନୂଆ ରେକର୍ଡ ସୃଷ୍ଟି କରିଛି। ବ୍ଲକ୍ ଉନ୍ନୟନ ଅଧିକାରୀ (ବିଡ଼ିଓ) ପ୍ରଦୀପ କୁମାର କରଙ୍କ ଅକ୍ଳାନ୍ତ ପରିଶ୍ରମ ଓ ଟିମ୍‌ୱାର୍କ ଯୋଗୁଁ ଏହି ତିନି ଦିନିଆ ଉତ୍ସବ ଅଭୂତପୂର୍ବ ଲୋକପ୍ରିୟତା ହାସଲ କରିଛି। ଦ୍ୱିତୀୟ ଦିନରେ ପଚାଶ ହଜାରରୁ ଅଧିକ ଦର୍ଶକଙ୍କ ସମାଗମ ହୋଇଥିବା ବେଳେ ଆଜି ବାବୁଶାନ୍ ମହାନ୍ତି ଓ କୁଲଦୀପ ପଟ୍ଟନାୟକଙ୍କ ଶୋ’ ପାଇଁ ଭିଡ଼ ଆହୁରି ବଢ଼ିବ ବୋଲି ଆଶା କରାଯାଉଛି।

ଦ୍ୱିତୀୟ ସନ୍ଧ୍ୟାର ଆଉ ଏକ ସୁନ୍ଦର ଆକର୍ଷଣ ଥିଲା ସୁରକ୍ଷା ଦାୟିତ୍ୱରେ ଥିବା କାଲିମେଳା ଥାନା ଅଧିକାରୀ ମୁକୁନ୍ଦ ମେଲକାଙ୍କ ଏକ ମନଲୋଭା ସୋଲୋ ଗୀତ। ଖାକି ୟୁନିଫର୍ମ ପିନ୍ଧି ମଞ୍ଚକୁ ଆସି ଯେତେବେଳେ ଶ୍ରୀ ମେଲକା ମାଇକ୍ ଧରି ଗୀତ ଗାଇଲେ, ପୂରା ପଡ଼ିଆ ତାଳିରେ ତାଳି ମିଶି ଗଲା। ଦର୍ଶକଙ୍କ ଠାରୁ ବାରମ୍ବାର ବିଶେଷ ଅନୁରୋଧ ଆସିବାରୁ ସେ ଆଉ ଏକ ଗୀତ ଗାଇ ସମସ୍ତଙ୍କ ମନ ଜିଣି ନେଇଥିଲେ। ଲୋକେ କହୁଛନ୍ତି, ‘‘ଥାନାଧିକାରୀ ହୋଇ ଏତେ ସୁନ୍ଦର ଗୀତ ଗାଇପାରନ୍ତି, ଏ ଦେଖି ବହୁତ ଭଲ ଲାଗିଲା। ପୋଲିସ୍ ଓ ଜନତାର ଦୂରତ୍ୱ ଏକ ଗୀତରେ କମିଗଲା।’’

ଏହି ସଫଳତା ନେଇ ବିଡ଼ିଓ ପ୍ରଦୀପ କୁମାର କର ନମ୍ରତାର ସହ କହିଛନ୍ତି, «ଏ ସଫଳତା ମୋର ଏକାକୀ ନୁହେଁ। ପଞ୍ଚାୟତ ସମିତିର ସମସ୍ତ ଅଧିକାରୀ-କର୍ମଚାରୀ, ବିଭାଗୀୟ ସହଯୋଗ, ଅଞ୍ଚଳର ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଓ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ – ଆପଣମାନଙ୍କ ଅକୁଣ୍ଠ ସ୍ନେହ ଓ ଆଶୀର୍ବାଦ ବିନା ଏହା ସମ୍ଭବ ହେଉନଥିଲା। ଏ ଶ୍ରେୟ କାଲିମେଳା ବ୍ଲକର ପ୍ରତିଜନ ବାସିନ୍ଦାଙ୍କର ଏବଂ ରାତିଦିନ ମୋ ସହ ପରିଶ୍ରମ କରିଥିବା ମୋ ସହକର୍ମୀମାନଙ୍କର। ଆପଣମାନଙ୍କ ଏହି ଭଲପାଇବା ରହିଲେ ଆଗକୁ ଜିଲ୍ଲା ସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ ଆହୁରି ବଡ଼ ଭାବେ କରିଦେଖାଇବୁ।’’ଆଜି ସନ୍ଧ୍ୟାରେ ବାବୁଶାନ୍ ଓ କୁଲଦୀପଙ୍କ ପ୍ରଦର୍ଶନ ସହ ଏହି ବ୍ଲକ ସ୍ତରୀୟ ମହୋତ୍ସବର ରଙ୍ଗୀନ ସମାପନ ହେବ। ଏହି ସଫଳତା ଜିଲ୍ଲାବାସୀଙ୍କୁ ଆଗାମୀ ୧୪ ଡିସେମ୍ବରରୁ ଆରମ୍ଭ ହେବାକୁ ଥିବା ଜିଲ୍ଲା ସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ ପ୍ରତି ଆହୁରି ଉତ୍ସାହିତ କରିଛି।

Related posts

ଶିଶୁ ଉପରେ ଚଢିଗଲା କାର

mahabharatanews

ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

mahabharatanews

ସାମାଜିକ ବାସନ୍ଦର ଦଣ୍ଡ ଭୋଗୁଛନ୍ତି ପରିବାର

mahabharatanews