ଓଡିଶା

୧୪ ବଖରା ଘର ପୋଡି ପାଉଁଶ

(ମହାଭାରତ, ବାସୁଦେବପୁର): ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକାର ବଳିବିନ୍ଧା ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିଆଁରେ ଗୋଟିଏ ପରିବାରର ୧୪ ବଖରା ପୋଡି ପାଉଁଶ ହୋଇଯାଇଛି । ଏଥିରେ କେହି ମୃତାହତ ହୋଇନଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ଏହି ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ରାତିରେ ଏହି ଗାଁର ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ସମେତ ତାଙ୍କର ୭ ଭାଇ ଘରେ ଶୋଇଥିଲେ । ଏହି ସମୟରେ ପୂର୍ଣ୍ଣଚନ୍ଦ୍ର ଶୌଚ ହେବା ପାଇଁ ବାହାରକୁ ଉଠିଥିଲା ବେଳେ ତାଙ୍କ ଘରୁ ନିଆଁ ବାହାରୁଥିବା ଦେଖି ପରିବାର ଲୋକଙ୍କୁ ଡାକିଥିଲେ । ପରିବାର ଲୋକେ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ନଥିଲେ । ଖବର ପାଇ ଶେଷରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ସେତେବେଳକୁ ଘରର ୧୪ ବଖରା ପୋଡି ପାଉଁଶ ହୋଇଯାଇଥିଲା ।

Related posts

ମେଡିକାଲରେ ଭର୍ତ୍ତି ହେଲେ ପଦ୍ମଶ୍ରୀ କମଳା ପୂଜାରୀ 

mahabharatanews

ସମ୍ବଲପୁର ସାଂପ୍ରଦାୟୀକ ଦଙ୍ଗା ସଂପର୍କରେ କେନ୍ଦ୍ର ସରକାରଙ୍କ ତୁରନ୍ତ ହସ୍ତକ୍ଷେପ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ଚିଠି ଲେଖି ଅନୁରୋଧ କଲେ ରାଜ୍ୟ ସଭାପତି

mahabharatanews

ସାଂସଦ ଭର୍ତ୍ତୃହରି ମହତାବଙ୍କ ବିରୋଧରେ ମାମଲା ରୁଜୁ

mahabharatanews

Leave a Comment