ଓଡିଶା

ଭୁଲ ଇଞ୍ଜେକ୍ସନ ନେଇ ୫୯ ରୋଗୀ ଅସୁସ୍ଥ

(ମହାଭାରତ, ପୁରୀ): ପୁରୀ ସଦର ହାସପାତାଲରେ ତ୍ରୁଟିପୂର୍ଣ୍ଣ ଇଞ୍ଜେକ୍ସନ ନେଇ ୫୯ ରୋଗୀ ବୁଧବାର ଅସୁସ୍ଥ ହୋଇଛନ୍ତି । ପୁରୁଷ ଓ ମହିଳା ଭେଷଜ ୱାର୍ଡରେ ସେମାନଙ୍କ ଚିକିତ୍ସା କରାଯାଉଛି । ଇଞ୍ଜେକ୍ସନ ଜବତ କରାଯିବା ସହ ଘଟଣାର ତଦନ୍ତ ପାଇଁ ସୁପାରିସ କରାଯାଇଛି । ଏହି ଘଟଣାକୁ କେନ୍ଦ୍ର କରି ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି । ଇଞ୍ଜେକ୍ସନ ନେଇଥିବା ରୋଗୀମାନେ ଜ୍ୱର, ବାନ୍ତି ଏବଂ ମୁଣ୍ଡବିନ୍ଧାରେ ଆକ୍ରାନ୍ତ ହୋଇଛନ୍ତି । ଏହାପରେ ଡାକ୍ତରଖାନା ଗୋଦାମରେ ରହିଥିବା ସମ୍ପୃକ୍ତ କମ୍ପାନୀ ଇଞ୍ଜେକ୍ସନଗୁଡିକୁ ବ୍ୟବହାର ନକରିବା ପାଇଁ ସିଡିଏମଓ ନିର୍ଦ୍ଦେଶ ଦେଇଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ଡାକ୍ତରଖାନାର ୫୯ ରୋଗୀଙ୍କୁ ୧୦୦୦ ଏମ.ଜି ଇଞ୍ଜେକ୍ସନ ଦିଆଯାଇଥିଲା । ଏହାର କିଛି ସମୟ ପରେ ସମ୍ପୃକ୍ତ ରୋଗୀମାନେ ଅସୁସ୍ଥ ହୋଇ ପଡିଥିଲେ । ଇଞ୍ଜେକ୍ସନ ବ୍ୟବହାରର ଅବଧି ଜୁନ ୨୦୨୧ରେ ଶେଷ ହେବ ବୋଲି ଉଲ୍ଲେଖ କରାଯାଇଛି । ଜୟପୁରର ବିବେକ ଫାର୍ମାସେମ୍ ଇଣ୍ଡିଆ ଲିମିଟେଡ ଏହାର ପ୍ରସ୍ତୁତକର୍ତ୍ତା ବୋଲି ଜଣାପଡିଛି । ଭୁଲ ଇଞ୍ଜେକ୍ସନ ନେବା ପରେ କିଛି ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଏଯାଏ ଆସି ନଥିବା ଜଣାପଡିଛି ।

Related posts

୨୩ ଓ ୨୪ରେ ବର୍ଷା ସମ୍ଭାବନା 

mahabharatanews

ଓଡ଼ିଶା ଆନ୍ଧ୍ର ସୀମାନ୍ତ ସାଲୁର ଘାଟି ଚଢ଼ୁଥିବା ବେଳେ ଜଳିଗଲା ଓଏସ୍‌ଆରଟିସି ବସ୍

mahabharatanews

ମୁଣ୍ଡଳୀରେ କମୁଛି ଜଳସ୍ତର

mahabharatanews