ଦେଶ ବିଦେଶ

ବିବାହ ପାଇଁ ଜିଦ୍; ମୋବାଇଲ୍ ଟାୱାରରେ ଚଢ଼ିଗଲେ ଯୁବତୀ

ଲଭ୍ ,ସେକ୍ସ ,ଧକ୍କା। ବିବାହ କରିବାକୁ  ପୁରୁଷବନ୍ଧୁ ମନା କରିବାରୁ ମୋବାଇଲ୍ ଟାୱାରରେ ଚଢ଼ିଗଲେ ଯୁବତୀ। ଘଟଣା ଘଟିଛି  ବିହାରର ପାଟନା ଜିଲ୍ଲାରେ। ବିବାହ ପାଇଁ ଜିଦ୍  କରି ନୌବତପୁର ବ୍ଲକ କାର୍ଯ୍ୟାଳୟ ନିକଟରେ ଥିବା ଏକ ମୋବାଇଲ୍ ଟାୱାରରେ ଯୁବତୀ ଜଣଙ୍କ ହଠାତ୍ ଚଢ଼ିଯାଇଥିଲେ । ଯୁବତୀଙ୍କ ଟାୱାରରେ ଚଢ଼ିବା ଦେଖି, ଲୋକଙ୍କ ଭିଡ଼ ଜମିଥିଲା। ଲୋକମାନେ ତାଙ୍କୁ ତଳକୁ ଓହ୍ଲାଇବାକୁ କହିଥିଲେ,ହେଲେ ଯୁବତୀ ଜଣଙ୍କ ନିଜ ଜିଦ୍‌ରେ ଅଟଳ ରହିଥିଲେ। ଏହି ହାଇ-ଭୋଲଟେଜ୍ ଡ୍ରାମା ପରେ, ଲୋକମାନେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ପହଞ୍ଚି  ବୁଝାସୁଝା କରିଥିଲା… ପରେ ଯୁବତୀ ଜଣଙ୍କ ତଳକୁ ଓହ୍ଲାଇଥିଲେ।

ପୂରା ଘଟଣାଟି ହେଲା, ୩ବର୍ଷ ପୂର୍ବେ, ଏକ କୋଚିଂ କ୍ଲାସରେ ପଢିବା ସମୟରେ, ଯୁବତୀଙ୍କର ଜଣେ ଯୁବକଙ୍କ ସହ ବନ୍ଧୁତା ହୋଇଥିଲା । ଏହି ବନ୍ଧୁତା ପରେ ପ୍ରେମରେ ପରିଣତ ହୋଇଥିଲା। ଦୁହେଁ ଗତ ତିନି ବର୍ଷ ଧରି ସମ୍ପର୍କରେ ଥିଲେ। କିଛି ଦିନ ପୂର୍ବେ ଯୁବତୀ ତାଙ୍କ ପ୍ରେମିକଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ, କିନ୍ତୁ ଯୁବକ ଜଣକ ସେମାନଙ୍କର ଭିନ୍ନ ଜାତି ଦର୍ଶାଇ ମନା କରିଦେଇଥିଲେ। ଏହା ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି କରିଥିଲା। ତେଣୁ ସେ ଏହି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିଲେ। ପୋଲିସର ସୂଚନା ଅନୁଯାୟୀ, ଯୁବକ ଏବଂ ଯୁବତୀ ଉଭୟ ପିପଲାୱାନ ଅଞ୍ଚଳର ବାସିନ୍ଦା। ପ୍ରେମିକଙ୍କୁ ମଧ୍ୟ ପୁଲିସ ଷ୍ଟେସନକୁ ଡକାଯାଇଛି।  ଉଭୟଙ୍କ ସହ କାଥାବାର୍ତ୍ତା ପରେ ନିଷ୍ପତ୍ତି ନିଆଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

Related posts

ସେମିଫାଇନାଲରେ ଭାରତ ଏ ଦଳକୁ ପରାସ୍ତ କରି ବାଂଲାଦେଶ ଏ ଦଳ ରାଇଜିଂ ଷ୍ଟାର୍ସ ଏସିଆ କପର ଫାଇନାଲରେ ପ୍ରବେଶ କରିଛି

mahabharatanews

ହ୍ରାସ ପାଇଲା ଚିଲିକା ହ୍ରଦକୁ ବିଦେଶୀ ପକ୍ଷୀଙ୍କ ଆଗମନ ସଂଖ୍ୟା

mahabharatanews

ରାମ ମନ୍ଦିରରୁ ଦାନ ଅର୍ଥ ଚୋରି ମାମଲାର ନୂଆ ତଥ୍ୟ

mahabharatanews