ଦେଶ ବିଦେଶ

୧୫ ଦିନ ହେବ ପୁଅର ସରିଥିଲା ଅନ୍ତିମ ସଂସ୍କାର , ଜୀବିତ ଫେରିଲା ପୁଅ

୧୫ ଦିନ ହେବ ପୁଅର ସରିଥିଲା ଅନ୍ତିମ ସଂସ୍କାର। ହଠାତ୍ ଫୋନ୍ ଆସିଲା ପୁଅ ଜେଲରେ ଅଛି। ମରିଯାଇଥିବା ପୁଅକୁ ଜୀବତ ଥିବା ଖବର ଶୁଣି ଖୁସିରେ ନାଚି ଉଠିଲେ ପରିବାର ଲୋକେ। ଘଟଣା ଘଟିଛି। ପଞ୍ଜାବର କପୁରଥଲାରେ ।ପୂରା ଘଟଣାଟି ହେଲା, ଅଗଷ୍ଟ ୫ ତାରିଖ, ରବି କୁମାର ଘରୁ କୁଆଡେ ପଳାଇଯାଇଥିଲେ। ବାପା ଓ ଭାଇ ବିଭିନ୍ନ ସ୍ଥାନରେ ତାଙ୍କୁ ଖୋଜାଖୋଜି କରିଥିଲେ ହେଲେ କିନ୍ତୁ ତାଙ୍କର ପତ୍ତା ମିଳି ନଥିଲା। ତେଣୁ ଅଗଷ୍ଟ ୧୧ ତାରିଖରେ ସେମାନେ କପୁରଥଲା ସିଟୀ ଥାନାରେ ରବି ନିଖୋଜ ହୋଇଯାଇଥିବା ନେଇ ଏତଲା ଦେଇଥିଲେ।

ଏହା ପରେ ରବିଙ୍କୁ ଖୋଜାଖୋଜି କରୁଥିବା ପୁଲିସ ଜଣେ ଯୁବକଙ୍କ ମୃତଦେହ ପାଇଥିଲା, ସେ ପୁଣି ଜଳି ଯାଇଥିଲା। ସେମାନେ ସେହି ପୋଡ଼ି ଯାଇଥିବା ମୃତଦେହର ଫଟୋ ରବି କୁମାରଙ୍କ ପରିବାର ଲୋକଙ୍କୁ ଦେଖାଇଥିଲେ। ତାଙ୍କ ପରିବାର ଲୋକେ ସେହି ଫଟୋ ରବି କୁମାରଙ୍କର ବୋଲି ଚିହ୍ନଟ କରିଥିଲେ। ପରେ ଉକ୍ତ ମୃତଦେହକୁ ଅନ୍ତିମ ସତ୍କାର କରିଥିଲେ।ରବିଙ୍କୁ ହରାଇ ଦେବା ଦୁଃଖରେ ପରିବାର ଲୋକେ ଭାଙ୍ଗି ପଡ଼ିଥିବା ବେଳେ ସେପ୍ଟେମ୍ବର ୨ ତାରିଖରେ ଆସିଥିଲା ଫୋନ୍ କଲ୍। ରବି କୁମାର ଜେଲରେ ଥିବା  କପୁରଥଲା କେନ୍ଦ୍ରୀୟ ଜେଲ୍‌ରୁ ଆସିଥିଲା।

ରବି କୁମାରଙ୍କୁ ଗିରଫ କରିଥିଲା ଜଳନ୍ଧର ପୁଲିସ। ସେ ଏକା ଏକା ସନ୍ଦେହଜନକ ସ୍ଥିତିରେ ବୁଲୁଥିବା ବେଳେ ପୁଲିସ ତାଙ୍କୁ ଗିରଫ କରିଥିଲା। ପରେ ତାଙ୍କୁ କୋର୍ଟ ଚାଲାଣ କରି ଦେଇଥିଲା। ଫଳରେ ତାଙ୍କୁ କପୁରଥଲା ଜେଲକୁ ପଠାଇ ଦିଆଯାଇଥିଲା।ଏହି ଖବର ପାଇବା ପରେ ରବି କୁମାରଙ୍କ ପରିବାର ଲୋକ ଜେଲରେ ପହଞ୍ଚି ପୁଅକୁ ଉଦ୍ଧାର କରିଥିଲେ।

Related posts

ନିଜ ଘରେ ପେଟ୍ରୋଲ ରଖିଲେ ଯିବାକୁ ପଡିପାରେ ଜେଲ୍ ।

mahabharatanews

ଟୁର୍ଣ୍ଣାମେଣ୍ଟରେ ଖେଳିବାକୁ ମନା କରିବା ପଡିଲା ମହଙ୍ଗା

mahabharatanews

ଓଡ଼ିଶା-ନାଗାଲାଣ୍ଡ ରଣଜୀ ଟ୍ରଫି ମ୍ୟାଚ୍‌ରେ ଓଡ଼ିଶାର ବିଶାଳ ସ୍କୋର

mahabharatanews