ଓଡିଶା

ପାଠ ପଢାଇବା ବଦଳରେ ପିଲାଙ୍କୁ ଝାଡୁ କରାଉଛନ୍ତି ଶିକ୍ଷକ

ଯାଜପୁର : ବିଦ୍ୟାଳୟରେ ପିଲାଏ ଝାଡୁ ମାରୁଛନ୍ତି । କେବଳ ସ୍କୁଲ ନୂହେଁ ରାସ୍ତା ଘାଟ ବି ଝାଡୁ ଧରି ସଫା କରୁଛନ୍ତି ଏହି ଛାତ୍ରଛାତ୍ରୀମାନେ ଓ ହଁ ଆଜ୍ଞା ଏହି ଚିତ୍ର ସାମ୍ନାକୁ ଆସିବା ପରେ ଏବେ ଅଭିଭାବକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅଭିଭାବକ ମାନେ ପିଲା ମାନଙ୍କୁ ପାଠ ପଢିବା ସମୟରେ ପିଲା ମାନଙ୍କୁ ଝାଡୁ ମରାଇ ପାଠ ପଢିବା ରୁ ନିବୃତ୍ତ କରାଉଥିବା ଅଭିଯୋଗ କରିଛନ୍ତି । ତେବେ ଏ ଘଟଣା ହେଉଛି ଜାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ମଣ୍ଡଳ ଶିକ୍ଷାଧିକାରୀ ଅଧିନ ଝରକୂଳ ସରକାରୀ ଉର୍ଦ୍ଧୁ ଉନ୍ନୀତ ଉଞ୍ଚ ପ୍ରାଥମିକ ବିଦ୍ୟାଳୟ ର ଦୃଷ୍ୟ । ଯେତେବେଳେ ଏହି ଦୃଷ୍ୟ ସ୍ତାନୀୟ ଅଭିଭାବକ ମାନେ ଦେଖିବାକୁ ପାଇଥିଲେ ସେମାନେ ଏହାକୁ ନିନ୍ଦା କରିବା ସହିତ ଏହାକୁ ବାରଣ କରିଥିଲେ । ଏ ନେଇ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଅଭିଭାବକ, ଯଦି କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଅଭିଭାବକ । ଏ ନେଇ ପ୍ରଧାନ ଶିକ୍ଷକ ଏହାକୁ ଖଣ୍ଡନ କରିଥିବା ବେଳେ ସେ କୌଣସି ପିଲାଙ୍କୁ ଝାଡୁ ମାରିବା ପାଇଁ କହିନଥିବା କହିଛନ୍ତି । ଯାହାକୁ ନେଇ ଆମେ ବ୍ଲକ ଶିକ୍ଷା ଅଧିକାରୀ ସବିତା ସାହୁଙ୍କୁ ପଚାରିବାରେ ସେ ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି ।

Related posts

ଅନୁଷ୍ଠିତ ହେଲା ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ମହକ

mahabharatanews

ହିଂଜିଳି ସହରରେ ଯିବା ଆସବା ନେଇ ରୋକ ଲଗାଇଲା ପୁଲିସ

mahabharatanews

ପବିତ୍ର ଜନ୍ମାଷ୍ଟମୀ ଅବସରରେ ନୟାପଲ୍ଲୀରେ ବୃକ୍ଷରୋପଣ

mahabharatanews