ଓଡିଶା

ଶିଶୁ ସେବିକା ନିଯୁକ୍ତି ପାଇଁ ପ୍ରଦତ୍ତ ହେଲା ନିର୍ଦ୍ଦେଶନାମା 

ସମଗ୍ର ଶିକ୍ଷା ଅଭିଯାନ ଅଧୀନରେ ଚାଲୁଥିବା ଶିଶୁ ବାଟିକା କ୍ରମକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଶିଶୁ ସେବିକାଙ୍କୁ ସରକାରୀ ସ୍କୁଲରେ ନିଯୁକ୍ତ କରିବାକୁ ପୁନର୍ବାର ନିଦେ୍ର୍ଦଶନାମା ଜାରି କରିଛନ୍ତି । ସମ୍ପ୍ରତି ଶିକ୍ଷା ବିଭାଗ ତରଫରୁ ଜାରି ହୋଇଥିବା ଚିଠି ଅନୁଯାୟୀ, ଶିଶୁ ବାଟିକା ଥିବା ସ୍କୁଲ ଗୁଡିକରେ ଶିଶୁ ସେବିକା ନିଯୁକ୍ତି ପ୍ରକ୍ରିୟା ଏବେ ଶେଷ ପର୍ୟ୍ୟାୟକୁ ପହଞ୍ଚିଛି। ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ଶ୍ରୀମତୀ ଅନନ୍ୟା ଦାସ, ଆଇଏଏସ, ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପତ୍ର ଲେଖି ନିର୍ଦ୍ଦେଶ ଦେଇଛନ୍ତି ଯେ ସିଶୁ ସେବିକା ନିଯୁକ୍ତି ସମ୍ପର୍କିତ ସ୍ଥିତି ରିପୋର୍ଟକୁ ୧୬ ଡିସେମ୍ବର ୨୦୨୫ ଭିତରେ ପ୍ରେରଣ କରିବା ଅବଶ୍ୟକ।

ଏହି ଚିଠିରେ ଏହିପରି ମଧ୍ୟ ଉଲ୍ଲେଖ ଅଛି ଯେ, ପ୍ରତ୍ୟେକ ଶିଶୁ ସେବିକାଙ୍କୁ ପ୍ରତିମାସ ₹୩୦୦୦ ମାନଦା ଦେବା ପାଇଁ ଆବଶ୍ୟକ ଅର୍ଥର ଆବଶ୍ୟକତା ତାଲିକାକୁ ଡାଇରେକ୍ଟର, ଏଲିମେଣ୍ଟରୀଙ୍କୁ ପଠାଇବା ଦରକାର। ଏହା ପାଇଁ ଗତ ୨୦.୦୮.୨୦୨୫ ତାରିଖରେ ଜାରି ହୋଇଥିବା ନିର୍ଦ୍ଦେଶାବଳୀକୁ ମଧ୍ୟ ଅନୁସରଣ କରିବାକୁ କୁହାଯାଇଛି। ତେବେ ବିଭାଗ ଜାରିକୃତ ପୂର୍ବ ନୋଟିଫିକେସନ୍‌ଗୁଡିକରେ ଶିଶୁ ସେବିକାଙ୍କୁ ନିଯୁକ୍ତି ପ୍ରକ୍ରିୟା ଏବଂ ଯୋଗ୍ୟତା ସମ୍ପର୍କିତ ନିୟମାବଳୀ ପୂର୍ବରୁ ସଂପ୍ରସାରିତ ହୋଇଥିବାରୁ ଏହା ନିଯୁକ୍ତି ଶେଷ ପର୍ୟ୍ୟାୟରେ ଥିବା ବିଭାଗ ସୂଚନା ଦେଇଛି।

Related posts

କାଳବୈଶାଖୀ ଜନିତ ବର୍ଷା: ୧୦ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ

mahabharatanews

ପାରାଦ୍ୱୀପରେ ରାଜ୍ୟସ୍ତରୀୟ ନାଟକ ଉତ୍ସବ “ରଙ୍ଗ ସଙ୍ଗମ-୨୦୨୦”

mahabharatanews

୪୦ ଗ୍ରାମ ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ

mahabharatanews