ଖେଳ

ଆଇପିଏଲ୍ ପାଇଁ ସଜେଇ ହୋଇଛି ୟୁଏଇ, ଆଉ ମାତ୍ର ୩ ଦିନ ବାକି

(ନୂଆଦିଲ୍ଲୀ): ଆଇପିଏଲକୁ ଆଉ ମାତ୍ର ବାକି ରହିଲା ୩ ଦିନ । ସେଥିପାଇଁ ଆଲୋକ ମାଳାରେ ସଜେଇ ହେଉଛି ୟୁଏଇ । ରଙ୍ଗୀନ ଲାଇଟରେ ଝଲସୁଛି ଆବୁଧାବି ଓ ଦୁବାଇ ଷ୍ଟାଡିୟମ । ଚଳିତ ବର୍ଷ ଆଇପିଏଲର ସୁଚୀ ଅନୁଯାୟୀ ପ୍ରଥମ ମ୍ୟାଚ ମୁମ୍ବାଇ ଓ ଚେନ୍ନାଇ ମଧ୍ୟରେ ହେବାକୁ ଯାଉଥିବା ବେଳେ ଆବୁଧାବିରେ ଏହି ମ୍ୟାଚ ଖେଳାଯିବ । ଭାରତୀୟ କ୍ରିକେଟ ବୋର୍ଡର ସମ୍ପାଦକ ଜୟ ଶାହା ବୁଧବାର ନିଜ ଟ୍ୱିଟ୍ ପେଜ୍ ରେ ଆବୁଧାବି ଓ ଦୁବାଇର ଫଟୋକୁ ସେୟାର କରିଛନ୍ତି । ଏହି ଫଟୋରେ ଉଭୟ ଷ୍ଟାଡିୟମ ଆଲୋକରେ ଝଲସୁଥିବାର ନଜର ଆସିଛି ।
ସୁଚନା ଥାଉ କି, ଚଳିତ ବର୍ଷ ୟୁଏଇରେ ହେବାକୁ ଥିବା ଆଇପିଏଲରେ ମୋଟ ୫୬ ମ୍ୟାଚ ଖେଳାଯିବ । ଏଥିରୁ ଦୁବାଇରେ ୨୪ ମ୍ୟାଚ ଖେଳାଯିବାକୁ ଥିବା ବେଳେ ଆବୁଧାବିରେ ୨୦ଟି ମ୍ୟାଚ ଖେଳାଯିବ । ସେହିପରି ୧୨ଟି ଲିଗ ମ୍ୟାଚ ଶାରଜାହ ଷ୍ଟାଡିୟମରେ ଖେଳା ଯିବ । ଏହି ୩ ଷ୍ଟାଡିୟମ ଖେଳାଳିଙ୍କ ପାଇଁ ଅନୁକୂଳ ହେବ ବୋଲି କୁହାଯାଉଛି ।
ଚଳିତ ବର୍ଷ କରୋନା କଟକଣା ପାଇଁ ୟୁଏଇରେ ଆଇପିଏଲ ଅନୁଷ୍ଠିତ ହେଉଛି । କୋଭିଡ୍ ଗାଇଡଲାଇନ୍ ମାନି ଖେଳିବା ପାଇଁ ବିସିସିଆଇକୁ ଭାରତ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ବିସିସିଆଇ ସମସ୍ତ କୋଭିଡ ନିୟମ ପାଳନ କରି ଆଇପିଏଲ ଆୟୋଜନ କରୁଛି ।

Related posts

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆଗାମୀ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା

mahabharatanews

ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ ପାଇଁ କ୍ରୁଟ୍ ପକ୍ଷରୁ ସ୍ୱତନ୍ତ୍ର ବସ୍ ସେବା

mahabharatanews

ପୁଣି ଥରେ ଏକ ନମ୍ବର ସ୍ଥାନକୁ ଫେରିଲେ ବିରାଟ କୋହଲି ।

mahabharatanews