ଓଡିଶା

ଏଣିକି ଆଧୁନିକ ପୋଷାକରେ ଶ୍ରୀମନ୍ଦିର ମନା !

(ପୁରୀ) : ଏଣିକି ଶ୍ରୀମନ୍ଦିରରେ ଭକ୍ତଙ୍କ ପୋଷାକ ଉପରେ ଲାଗିବ ପ୍ରତିବନ୍ଧକ । ଜଗନ୍ନାଥ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କ ପାଇଁ ଡ୍ରେସକୋଡ୍ ବ୍ୟବସ୍ଥା ଲାଗୁ କରିବାକୁ ଦାବି ଉଠାଇଛି ଦଇତାପତି ନିଯୋଗ । ଦକ୍ଷିଣ ଭାରତର ସବୁ ପ୍ରମୁଖ ମନ୍ଦିରରେ ନିୟମ ଅଛି, ହେଲେ ଶ୍ରୀମନ୍ଦିରରେ କାହିଁକି ଲାଗୁ ହେଉନି ଡ୍ରେସକୋଡ୍ । ଜିନ୍ସ ପ୍ୟାଂଟ୍ କିମ୍ବା ଟି-ସର୍ଟ ଭଳି ଆଧୁନିକ ପୋଷାକ ପରିଧାନ କରି ଜଗାଦର୍ଶନକୁ ନାପସନ୍ଦ କରିଛନ୍ତି ସେବାୟତ ।   ଯାହା ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଆଘାତ ପହଞ୍ଚାଉଛି । ତେଣୁ ପାଶ୍ଚାତ୍ୟ ପୋଷାକ ପିନ୍ଧି ଆସୁଥିବା ଭକ୍ତଙ୍କୁ ମନ୍ଦିର ପ୍ରବେଶ ପୂର୍ବରୁ ଅଟକାଯାଉ। ଚେଞ୍ଜିଂ ରୁମରେ ପୋଷାକ ବଦଳାଇ ମନ୍ଦିରକୁ ଯିବାର ବ୍ୟବସ୍ଥା କରାଯାଉ।

ସୂଚନାନୁଯାୟୀ , ଯାହାକୁ ଭକ୍ତ ଓ ସେବକ ସମର୍ଥନ କରିଥିବା ବେଳେ ଶ୍ରୀମନ୍ଦିର ପରିଚାଳନା କମିଟିର ମୋହର ବାଜିଲେ ହିଁ ଏହା ଲାଗୁ ହୋଇପାରିବ ବୋଲି ମତ ରଖିଛନ୍ତି ନୀତି ପ୍ରଶାସକ । ତେଣୁ ଶ୍ରୀମନ୍ଦିରରେ ବି ଏହାକୁ ତୁରନ୍ତ କାର୍ଯ୍ୟକାରୀ କରାଯାଉ ବୋଲି ସେ କହିଛନ୍ତି ।

Related posts

ଗଞ୍ଜାମରେ ପୁଣି ଜଣେ କୋଭିଡ ଯୋଦ୍ଧାଙ୍କ ଜୀବନ ନେଲା କରୋନା

mahabharatanews

ବାଚସ୍ପତିଙ୍କ ମାଇକ ଭାଙ୍ଗିଲେ ବିଜେପି ବିଧାୟକ 

mahabharatanews

ଓଡିଶା ଜୀବିକା ମିଶନ ପକ୍ଷରୁ କୋଭିଡି-୧୯ ଋଣ ପ୍ରଦାନ

mahabharatanews