ଅପରାଧଓଡିଶା

ସ୍ପଷ୍ଟ ହେଉନି ବୈବାହିକ ବଳାତ୍କାର ଅପରାଧ ନାଁ ଅପରାଧ ନୁହେଁ ?

ବ୍ୟୁରୋ: ବିବାହ କରି ସ୍ୱାମୀ ସହ ସମ୍ପର୍କ ରଖିବା ଏଇଟା ତା ଦୁନିଆର ନିୟମ। କିନ୍ତୁ ଜବରଦସ୍ତି କରିବା ଅପରାଧ । କିଏ କାହାକୁ ମନା କରିବା ପରେ ଜବରଦସ୍ତି କରିପାରିବେ ନାହିଁ । ତେବେ ପ୍ରଶ୍ନ ଏବେ ବୈବାହିକ ବଳାତ୍କାର ଅପରାଧ ଅଟେ ନା ନୁହେଁ?  ଏହି ମାମଲାର ଶୁଣାଣି କରିଥିଲେ ଦିଲ୍ଲୀ ହାଇକୋର୍ଟ । ହେଲେ ଜଜ୍ ଏହାର ରାୟ ଶୁଣାଇବା ସମୟରେ ଏକମତ ହୋଇପାରିନଥିଲେ । ଯାହା ଫଳରେ ଏହି ମାମଲାକୁ ଜଜ୍ ତିନି ଜଣିଆ ଖଣ୍ଡପୀଠଙ୍କ ପାଖକୁ ପଠାଇ ଦେଇଛନ୍ତି ।

ତେବେ ବୈବାହିକ ଜୀବନରେ ବଳାତ୍କାର ମାମଲାରେ ଜଷ୍ଟିସ୍ ରାଜୀବ ଶକଧର ଓ ଜଷ୍ଟିସ୍ ହରିଶଙ୍କରଙ୍କ ଭିତରେ ରାୟ ଶୁୁଣାଇବାକୁ ନେଇ ମତଭେଦ ରହିଥିଲା । ତେଣୁ ଏହି ମାମଲାକୁ ବଡ ବେଞ୍ଚକୁ ପଠାଇ ଦିଆଯାଇଛି ।ସୂଚନାଯୋଗ୍ୟ ଯେ, ଜଷ୍ଟିସ ରାଜୀବ ଶକଧର ମାରିଟାଲ୍ ରେପକୁ ଅପରାଧ ଶ୍ରେଣୀଭୁକ୍ତ କରିବାକୁ ପକ୍ଷ ରଖିଥିଲେ । ହେଲେ ଜଷ୍ଟିସ ହରିଶଙ୍କର କିନ୍ତୁ ଏଥିରେ ଏକମତ ହୋଇନଥିଲେ । ଜଷ୍ଟିସ ରାଜୀବଙ୍କ କହିବା କଥା, ପତ୍ନୀଙ୍କ ବିନା ଇଚ୍ଛାରେ ଶାରିରୀକ ସମ୍ପର୍କ ରଖିବା ଆଇନଗତ ଅପରାଧ ଅଟେ ।

ତେବେ ଜଷ୍ଟିସ୍ ହରିଶଙ୍କର ଏହି ମାମଲାରେ ଏକମତ ହୋଇପାରିନଥିଲେ ।ତେବେ ଏ ସମ୍ପର୍କରେ ଫେବୃଆରୀ ମାସରେ ହୋଇଥିବା ଶୁଣାଣିରେ ସଲିସିଟର ଜେନେରାଲ ତୁଷାର ମେହେତା କୋର୍ଟଙ୍କୁ କହିଥିଲେ ଯେ, ଏହି ମାମଲାରେ ସାମାଜିକ ଓ ପାରିବାରିକ ଜୀବନ ଉପରେ ପଡୁଥିବା ପ୍ରଭାବକୁ ମଧ୍ୟ ଅଧ୍ୟୟନ କରାଯିବା ଆବଶ୍ୟକ । ତା ସହିତ ଏହି ମାମଲା କାନୁନ୍, ସମାଜ, ପରିବାର ଓ ସମ୍ବିଧାନ ସହ ସମ୍ବନ୍ଧିତ । ତେଣୁ ରାଜ୍ୟ ସରକାରଙ୍କର ମଧ୍ୟ ଏ ସମ୍ପର୍କରେ ବିଚାର ଜାଣିବା ଦରକାର ବୋଲି ସେ କହିଥିଲେ । କିନ୍ତୁ  ଏ ଯାଏ ଏହା ସ୍ପଷ୍ଟ କରାଯାଇନି ଏହା ଅପରାଧ ନାଁ ନାହିଁ ।

Related posts

 ଯୋଗାଯୋଗରୁ  ବିଚ୍ଛିନ୍ନ ହେଲା ଚିତ୍ରକୋଣ୍ଡା,ହନ୍ତସନ୍ତ ଲୋକେ  

mahabharatanews

ବ୍ୟକ୍ତିଙ୍କ ଆଖିକୁ ଲଙ୍କାଗୁଣ୍ଡ ପକାଇ ଲୁଟ ଅଭିଯୋଗ

mahabharatanews

ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଗିଦିଘାଟୀ ଗ୍ରାମପଞ୍ଚାୟତ ଜଜଗୋଡା (ତାରଣା) ଗ୍ରାମରେ ସାନ୍ତାଳୀ ଶିକ୍ଷାନୁଷ୍ଠାନ ଉଦଘାଟନ

mahabharatanews