ବିଶ୍ୱ

ଇରାନ ବିମାନ ବନ୍ଦର ନିକଟରେ ବିସ୍ଫୋରଣ

(ଦିଲ୍ଲୀ) : ଇସ୍ରାଏଲ ଉପରେ ଆକ୍ରମଣ କଲା ଇରାନ । ଇରାନର ଇସଫାହାନ ବିମାନ ବନ୍ଦର ନିକଟରେ ବିସ୍ଫୋରଣର ଘଟିଥିବା ନେଇ ସୂଚନା ରହିଛି । ଆମେରିକାର ଦୁଇ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଇସ୍ରାଏଲ ଇରାନ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିବା ଆରମ୍ଭ କରିଛି । ହେଲେ ଇସ୍ରାଏଲ୍ ପକ୍ଷରୁ ଏପର୍ଯ୍ୟନ୍ତ ଏହା ନିଶ୍ଚିତ କରାଯାଇ ନାହିଁ ।

ଏକ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ସାମରିକ ବେସ ନିକଟରେ ତିନିଟି ବିସ୍ଫୋରଣର ଶବ୍ଦ ହୋଇଥିଲା । ଯାହା ଯୁଦ୍ଧ ବିମାନ ଇସ୍ଫାହାନ ସହରର ଉତ୍ତର-ପଶ୍ଚିମ ଭାଗରେ ଅବସ୍ଥିତ। ସେହିପରି ଇରାନ ପ୍ରେସ ଟିଭି ମଧ୍ୟ ରିପୋର୍ଟ କରିଛି ଯେ, କେନ୍ଦ୍ରୀୟ ସହର ନିକଟରେ ଏକ ବିସ୍ଫୋରଣର ଶଦ୍ଧ ଶୁଭିଛି । ହେଲେ ଏହି ବିସ୍ଫୋରଣର କାରଣ ଅସ୍ପଷ୍ଟ । ଇରାନର ପ୍ରେସ ଟିଭି ଦାବି କରିଛି ଯେ, ଇରାନର ପ୍ରତିରକ୍ଷା ପ୍ରଣାଳୀ ଅନେକ ଇସ୍ରାଏଲର କ୍ୱାଡକୋପଟରକୁ ଗୁଳି କରି ହତ୍ୟା କରିଛି।

Related posts

ଦୂରେଇବାରେ ଲାଗିଛି ଇମ୍ରାନଙ୍କ ଶାସନ ଗାଦି

mahabharatanews

ଇସ୍ରାଏଲ-ଗାଜା ଯୁଦ୍ଧ: ଗୋଟିଏ ପରିବାରର ୭୬ଜଣ ମୃତ

mahabharatanews

 ଭୂକମ୍ପରେ ଥରିଲା ତାଇୱାନ୍

mahabharatanews