ଭାରତ

 ଇସ୍ରୋର ମୁଖ୍ୟ ଏସ ସୋମନାଥ କର୍କଟ ରୋଗରେ ଆକ୍ରାନ୍ତ

(ଦିଲ୍ଲୀ) : ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋର ମୁଖ୍ୟ ଏସ ସୋମନାଥଙ୍କୁ କର୍କଟ ରୋଗରେ ଆକ୍ରାନ୍ତ କରାଯାଇଛି। ଯେଉଁ ଦିନ ଭାରତର ଆଦିତ୍ୟ- L1 ମିଶନ ମହାକାଶକୁ ପଠାଯାଇଥିଲା ସେହି ଦିନ ସୋମନାଥ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ ବୋଲି ଜାଣିଥିଲେ ।

ସେ କହିଛନ୍ତି, ଚନ୍ଦ୍ରଯାନ-୩ ମିଶନ ଲଞ୍ଚ ବେଳେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇଥିଲା। କିନ୍ତୁ ସେତେବେଳେ ଠିକ୍‌ ଭାବେ କିଛି ଜଣା ପଡିନଥିଲା। ହେଲେ ଗତବର୍ଷ ସେପ୍ଟେମ୍ବର ୨ ତାରିଖରେ ଆଦିତ୍ୟ ଏଲ୍‌-୧ ମିଶନ ଲଞ୍ଚ ବେଳେ ରୋଗ ଜଣାପଡିଥିଲା। ପେଟର ସ୍କାନ୍‌ କରିବା ବେଳେ ଭିତରେ କିଛି ବଢ଼ୁଥିବା ଜଣାପଡିଥିଲା। ଏହାପରେ ଡାକ୍ତରମାନେ ଏହାକୁ କ୍ୟାନ୍‌ସର ବୋଲି କହିଥିଲେ। ଏହି ଖବର ଜଣାପଡିବା ପରେ ସେ ଆଉ ତାଙ୍କ ପରିବାର ଚିନ୍ତିତ ହୋଇପଡିଥିଲେ ବୋଲି ସେ କହିଛନ୍ତି। ଆଦିତ୍ୟ ଏଲ୍‌-୧ ମିଶନ ଲଞ୍ଚ ପରେ ଏସ୍‌. ସୋମନାଥ ନିଜ ପେଟର ସ୍କାନିଂ କରିଥିଲେ। ଏହାପରେ ଅଧିକ ଚିକିତ୍ସା ପାଇଁ ସେ ଚେନ୍ନାଇ ଯାଇଥିଲେ।

Related posts

ନୂଆ ରେକର୍ଡ ସୃଷ୍ଟି କଲା ଉତ୍ତରପ୍ରଦେଶ

mahabharatanews

ଯୁଦ୍ଧରେ ମାନବିକ ସ୍ଥିତିର ଅବନତି ହେତୁ ଉଦ୍ବେଗ ପ୍ରକାଶ କରିଛି ଭାରତ : ଜାତିସଂଘ ଦୂତ

mahabharatanews

‘ରାମ’ ଫିଲ୍ମ ପଶ୍ଚିମ ଓଡିଶାରେ ରିଲିଜ ନକରିଦେବା ଅଭିଯୋଗରେ ମୋନଜ ମିଶ୍ରକୁ ୨ ବର୍ଷ ବ୍ୟାନ 

mahabharatanews