ଇସ୍ରୋର PSLV-C62 ମିଶନ୍ ଫେଲ୍ । ଇସ୍ରୋର PSLV-C62 ମିଶନର PS3 ଷ୍ଟେଜରେ ଅନିୟନ୍ତ୍ରିତ ହୋଇଥିବା ସୂଚନା ମିଳିଛି । ବୈଷୟିକ ତ୍ରୁଟି କାରଣରୁ କକ୍ଷପଥରେ ପହଁଞ୍ଚିପାରିଲାନି ଅନ୍ବେଷା । ତେବେ ମିଶନରେ କେଉଁଠି ତ୍ରୁଟି ରହିଲା ତାହାର ତର୍ଜମା କରୁଛି ଇସ୍ରୋ । ନିୟନ୍ତ୍ରଣ ହରାଇ ହେଲା ଦିଗହରା । ଏନେଇ ଡାଟା ବିଶ୍ଲେଷଣ କରୁଛି ଇସ୍ରୋ । ଲଞ୍ଚ ବେଳେ ଷ୍ଟେଜ 3ରେ ଗଡ଼ବଡ଼ ଦେଖାଦେଇଥିବା ନିଜେ ଇସ୍ରୋ ସୂଚନା ଦେଇଛି । ଆଜି ସକାଳ ୧୦ଟା ୧୭ ମିନିଟରେ ଆନ୍ଧ୍ରର ଶ୍ରୀହରିକୋଟା ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ଲଞ୍ଚ ହୋଇଥିଲା ‘ଅନ୍ୱେଷା’ ସାଟେଲାଇଟ । ଇସ୍ରୋ ଅଧ୍ୟକ୍ଷ ଭି. ନାରାୟଣନ ଏହି ତ୍ରୁଟି ନେଇ ସୂଚନା ଦେଇଛନ୍ତି । କିଛି ସମୟ ପୂର୍ବରୁ ‘ଅନ୍ବେଷା’ର ହୋଇଥିଲା ଉତ୍ କ୍ଷେପଣ । ଶେଷ ପର୍ଯ୍ଯାୟରେ ଅନ୍ବେଷାରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ଦିଗହରା ହେଲା ଓ କକ୍ଷପଥରେ ଅବସ୍ଥାପିତ ହୋଇପାରିଲା ନାହିଁ ସାଟେଲାଇଟ ଅନ୍ବେଷା ।

୨୦୨୬ର ପ୍ରଥମ ଉତକ୍ଷେପଣ ସ୍ବରୂପ ଅନ୍ତରୀକ୍ଷକୁ ଅନ୍ବେଷା ଉପଗ୍ରହ ପଠାଯାଇଥିଲା । ଏହି ମିଶନର ମୁଖ୍ୟ ପେ-ଲୋଡ୍ ହେଉଛି ଡିଆର୍ଡିଓ ଦ୍ୱାରା ବିକଶିତ ‘ଇଓଏସ୍-ଏନ୍୧ (ଅନ୍ୱେଷା)’ ସାଟେଲାଇଟ୍ । ଏହାକୁ ‘ଦିବ୍ୟ ଦୃଷ୍ଟି’ ବା ହାଇପରସ୍ପେକ୍ଟ୍ରାଲ୍ ଇମେଜିଂ ସାଟେଲାଇଟ୍ ଭାବେ ଜଣାଯାଏ । ଅନ୍ୱେଷା ଉପଗ୍ରହ ଜଳବାୟୁ ସ୍ଥିତି ଉପରେ ନଜର ରଖିବ। ପ୍ରତିରକ୍ଷା କ୍ଷେତ୍ରରେ ଭାରତର କ୍ଷମତାକୁ ମଜଭୁତ କରିବ। ଏହାଦ୍ୱାରା ପାକିସ୍ତାନୀ ଆତଙ୍କବାଦୀଙ୍କ ଲୁଚିବା ଉଦ୍ୟମ ଏବଂ ଏଲ୍ଏସିରେ ଚୀନ୍ ର ଚାଲବାଜି ଫେଲ୍ ମାରିବ। ତମାମ ଘଟଣା ଉପରେ ଏହା ନଜର ରଖିବ । ଏହି ମିଶନରେ ଇଓଏସ୍-ଏନ୍୧ ସମେତ ଅନ୍ୟ ୧୪ଟି ଉପଗ୍ରହ ମଧ୍ୟ ସାମିଲ ରହିଛି । ତନ୍ମଧ୍ୟରେ ଘରୋଇ ଏବଂ ଅନ୍ତର୍ଜାତୀୟ ସଂସ୍ଥାଙ୍କର ସାଟେଲାଇଟ୍ ଅନ୍ତର୍ଭୁକ୍ତ । ନ୍ୟୁ ସ୍ପେସ ଇଣ୍ଡିଆ ଲିମିଟେଡ୍ (ଏନ୍ଏସ୍ଆଇଏଲ୍) ଜରିଆରେ ଏଗୁଡ଼ିକ ପ୍ରକ୍ଷେପଣ ହେବାକୁ ଯାଉଛି । ପିଏସ୍ଏଲଭି-ସି୬୨ ହେଉଛି ପିଏସ୍ଏଲ୍ଭି ରକେଟ୍ର ୬୪ତମ ପ୍ରକ୍ଷେପଣ । ପିଏସ୍ଏଲଭି ଡିଏଲ୍ ଭାରିଆଣ୍ଟର ପଞ୍ଚମ ଉଡ଼ାଣ । ଏହି ମିଶନ ସନ୍ ସିଙ୍କ୍ରୋନସ୍ ଅର୍ବିଟ୍ (ଏସ୍ଏସ୍ଓ) ରେ ଉପଗ୍ରହଗୁଡ଼ିକୁ ମୁତୟନ କରିବ ।
