ଦେଶ ବିଦେଶ

କରୁର ଦଳାଚକଟା ମାମଲାର ସିବିଆଇ ତଦନ୍ତ ପାଇଁ ପହଞ୍ଚିଛନ୍ତି ବିଜୟ

ଅଭିନେତାରୁ ରାଜନେତା ପାଲଟିଥିବା ତାମିଲଗା ଭେଟ୍ରି କାଝାଗମ (ଟିଭିକେ) ମୁଖ୍ୟ ବିଜୟଙ୍କ ପାଇଁ ସମସ୍ୟା ବଢ଼ିଛି। କରୁର ଦଳାଚକଟା ମାମଲା ସମ୍ପର୍କରେ ସେ ଆଜି, ଜାନୁଆରୀ ୧୨ ତାରିଖରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ସମ୍ମୁଖରେ ହାଜର ହୋଇଛନ୍ତି । କରୁର ଦଳାଚକଟା ମାମଲାର ସିବିଆଇ ତଦନ୍ତ ବେଳେ ପଚରାଉଚରା ପାଇଁ ବିଜୟ ଦିଲ୍ଲୀରେ ପହଞ୍ଚିଛନ୍ତି। ତାମିଲନାଡୁର କରୁରରେ ଟିଭିକେ ମୁଖ୍ୟ ବିଜୟଙ୍କ ରାଲି ସମୟରେ ଦଳାଚକଟା ହୋଇଥିଲା , ଯାହା ଫଳରେ ୪୧ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୫୦ ରୁ ଅଧିକ ଲୋକ ଆହତ ହୋଇଥିଲେ।ଟିଭିକେ ମୁଖ୍ୟ ବିଜୟଙ୍କ ରାଜନୈତିକ ରାଲି ସମୟରେ ଦଳାଚକଟା ହେବା ଘଟଣା ରାଜନୈତିକ ହଇଚଇ ସୃଷ୍ଟି କରିଥିଲା। କରୁର ଦଳାଚକଟାକୁ ନେଇ ରାଜନୈତିକ ଦଳଗୁଡ଼ିକ ପରସ୍ପର ଉପରେ ଆରୋପ-ପ୍ରତ୍ୟାରୋପ ଲଗାଇଥିଲେ। ତାମିଲନାଡୁ ସରକାର ଘଟଣାର ତଦନ୍ତ ପାଇଁ ଏକ SIT ଗଠନ କରିଥିଲେ। ପରେ ସୁପ୍ରିମକୋର୍ଟ କରୁର ଦଳାଚକଟାର ତଦନ୍ତ କରିଥିଲେ ଏବଂ ତାଙ୍କ ନିର୍ଦ୍ଦେଶରେ ମାମଲାକୁ CBIକୁ ହସ୍ତାନ୍ତର କରାଯାଇଥିଲା।ଏହି ମାମଲାରେ ସିବିଆଇ ପୂର୍ବରୁ ଅନେକ ଟିଭିକେ ନେତାଙ୍କୁ ପଚରାଉଚରା କରିସାରିଛି ଏବଂ ଏବେ ବିଜୟଙ୍କୁ ପଚରାଉଚରା ପାଇଁ ସମନ କରିଛି। ଏହି ମାମଲାରେ ସିବିଆଇ ପୂର୍ବରୁ ଅନେକ ଟିଭିକେ ଅଧିକାରୀଙ୍କୁ ପଚରାଉଚରା କରିସାରିଛି।

Related posts

ଏବେ କାଗଜ କିମ୍ବା ପେପରବୋର୍ଡ ପ୍ୟାକ୍ ହୋଇ ଆସିବ ଗୁଟଖା ଓ ପାନ ମସଲା

mahabharatanews

AI-ଆଧାରିତ ଟୋଲ୍ ଆଦାୟ ବ୍ୟବସ୍ଥା ପ୍ରଚଳନ କରିବାକୁ ପ୍ରସ୍ତୁତ ହେଉଛନ୍ତି କେନ୍ଦ୍ର ସରକାର

mahabharatanews

ଦକ୍ଷିଣ ଆଫ୍ରିକାକୁ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ୧୫୯ ରନରେ ଅଲଆଉଟ୍ କରିଛି ଭାରତ

mahabharatanews