ଦେଶ ବିଦେଶପ୍ରଯୁକ୍ତି

ଇସ୍ରୋର PSLV-C62 ମିଶନ୍ ଫେଲ୍

ଇସ୍ରୋର PSLV-C62 ମିଶନ୍ ଫେଲ୍ । ଇସ୍ରୋର PSLV-C62 ମିଶନର PS3 ଷ୍ଟେଜରେ ଅନିୟନ୍ତ୍ରିତ ହୋଇଥିବା ସୂଚନା ମିଳିଛି । ବୈଷୟିକ ତ୍ରୁଟି କାରଣରୁ କକ୍ଷପଥରେ ପହଁଞ୍ଚିପାରିଲାନି ଅନ୍ବେଷା । ତେବେ ମିଶନରେ କେଉଁଠି ତ୍ରୁଟି ରହିଲା ତାହାର ତର୍ଜମା କରୁଛି ଇସ୍ରୋ । ନିୟନ୍ତ୍ରଣ ହରାଇ ହେଲା ଦିଗହରା । ଏନେଇ ଡାଟା ବିଶ୍ଲେଷଣ କରୁଛି ଇସ୍ରୋ । ଲଞ୍ଚ ବେଳେ ଷ୍ଟେଜ 3ରେ ଗଡ଼ବଡ଼ ଦେଖାଦେଇଥିବା ନିଜେ ଇସ୍ରୋ ସୂଚନା ଦେଇଛି । ଆଜି ସକାଳ ୧୦ଟା ୧୭ ମିନିଟରେ ଆନ୍ଧ୍ରର ଶ୍ରୀହରିକୋଟା ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ଲଞ୍ଚ ହୋଇଥିଲା ‘ଅନ୍ୱେଷା’ ସାଟେଲାଇଟ । ଇସ୍ରୋ ଅଧ୍ୟକ୍ଷ ଭି. ନାରାୟଣନ ଏହି ତ୍ରୁଟି ନେଇ ସୂଚନା ଦେଇଛନ୍ତି । କିଛି ସମୟ ପୂର୍ବରୁ ‘ଅନ୍ବେଷା’ର ହୋଇଥିଲା ଉତ୍ କ୍ଷେପଣ । ଶେଷ ପର୍ଯ୍ଯାୟରେ ଅନ୍ବେଷାରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ଦିଗହରା ହେଲା ଓ କକ୍ଷପଥରେ ଅବସ୍ଥାପିତ ହୋଇପାରିଲା ନାହିଁ ସାଟେଲାଇଟ ଅନ୍ବେଷା ।

୨୦୨୬ର ପ୍ରଥମ ଉତକ୍ଷେପଣ ସ୍ବରୂପ ଅନ୍ତରୀକ୍ଷକୁ ଅନ୍ବେଷା ଉପଗ୍ରହ ପଠାଯାଇଥିଲା । ଏହି ମିଶନର ମୁଖ୍ୟ ପେ-ଲୋଡ୍ ହେଉଛି ଡିଆର୍ଡିଓ ଦ୍ୱାରା ବିକଶିତ ‘ଇଓଏସ୍-ଏନ୍୧ (ଅନ୍ୱେଷା)’ ସାଟେଲାଇଟ୍ । ଏହାକୁ ‘ଦିବ୍ୟ ଦୃଷ୍ଟି’ ବା ହାଇପରସ୍ପେକ୍ଟ୍ରାଲ୍ ଇମେଜିଂ ସାଟେଲାଇଟ୍ ଭାବେ ଜଣାଯାଏ । ଅନ୍ୱେଷା ଉପଗ୍ରହ ଜଳବାୟୁ ସ୍ଥିତି ଉପରେ ନଜର ରଖିବ। ପ୍ରତିରକ୍ଷା କ୍ଷେତ୍ରରେ ଭାରତର କ୍ଷମତାକୁ ମଜଭୁତ କରିବ। ଏହାଦ୍ୱାରା ପାକିସ୍ତାନୀ ଆତଙ୍କବାଦୀଙ୍କ ଲୁଚିବା ଉଦ୍ୟମ ଏବଂ ଏଲ୍ଏସିରେ ଚୀନ୍ ର ଚାଲବାଜି ଫେଲ୍ ମାରିବ। ତମାମ ଘଟଣା ଉପରେ ଏହା ନଜର ରଖିବ । ଏହି ମିଶନରେ ଇଓଏସ୍-ଏନ୍୧ ସମେତ ଅନ୍ୟ ୧୪ଟି ଉପଗ୍ରହ ମଧ୍ୟ ସାମିଲ ରହିଛି । ତନ୍ମଧ୍ୟରେ ଘରୋଇ ଏବଂ ଅନ୍ତର୍ଜାତୀୟ ସଂସ୍ଥାଙ୍କର ସାଟେଲାଇଟ୍ ଅନ୍ତର୍ଭୁକ୍ତ । ନ୍ୟୁ ସ୍ପେସ ଇଣ୍ଡିଆ ଲିମିଟେଡ୍ (ଏନ୍ଏସ୍ଆଇଏଲ୍) ଜରିଆରେ ଏଗୁଡ଼ିକ ପ୍ରକ୍ଷେପଣ ହେବାକୁ ଯାଉଛି । ପିଏସ୍ଏଲଭି-ସି୬୨ ହେଉଛି ପିଏସ୍ଏଲ୍ଭି ରକେଟ୍ର ୬୪ତମ ପ୍ରକ୍ଷେପଣ । ପିଏସ୍ଏଲଭି ଡିଏଲ୍ ଭାରିଆଣ୍ଟର ପଞ୍ଚମ ଉଡ଼ାଣ । ଏହି ମିଶନ ସନ୍ ସିଙ୍କ୍ରୋନସ୍ ଅର୍ବିଟ୍ (ଏସ୍ଏସ୍ଓ) ରେ ଉପଗ୍ରହଗୁଡ଼ିକୁ ମୁତୟନ କରିବ ।

Related posts

ନିର୍ଦ୍ଧାରିତ ସମୟରୁ ଉଡାଣ ବିଳମ୍ବିତ ହେଲେ ଯାତ୍ରୀଙ୍କୁ କ୍ଷତିପୂରଣ ଦେବ ଇଣ୍ଡିଗୋ

mahabharatanews

୫୯୪ କିମି ଲମ୍ବା ଗଙ୍ଗା ଏକ୍ସପ୍ରେସ ୱେ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ

mahabharatanews

ଜଳହସ୍ତୀଙ୍କୁ ବଞ୍ଚାଇବା ପାଇଁ କଲମ୍ବିଆ ସରକାରଙ୍କୁ ନିବେଦନ କଲେ ଅନନ୍ତ ଅମ୍ବାନୀ

mahabharatanews