କଟକ : କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗକୁ ବଡ଼ ସଫଳତା। କଟକ ଶିଥଳ ଅଞ୍ଚଳରୁ ୧୩୦ ଗ୍ରାମ ବ୍ରାଉନ ସୁଗାର୍ ଜବତ ହୋଇଥିବା ବେଳେ ଟାଙ୍ଗୀ ଟୋଲଗେଟ ନିକଟରୁ ୧ କ୍ଵିଣ୍ଟାଲ ୨୫ ଗଞ୍ଜେଇ ଜବତ କରାଯାଇଛି। ଏଥିରେ ଦୁଇ ଜଣ ଗିରଫହୋଇଥିବା ସୂଚନା ମିଳିଛି । ବ୍ରାଉନ ସୁଗାର୍ ବେପାରୀ ଜଣକ ଶିଥଳ ଅଞ୍ଚଳର ହୋଇଥିବା ବେଳେ ଗଞ୍ଜେଇ ଚାଲାଣକାରୀ କନ୍ଧମାଳ ଅଞ୍ଚଳର ବୋଲି ଜଣା ପଡିଛି ।
ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୭ ଲକ୍ଷ ଟଙ୍କା ହୋଇଥିବା ବେଳେ ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୧୩ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛନ୍ତି । ତେବେ କଟକ କେନ୍ଦ୍ରାଞ୍ଚଳ ଗୁଇନ୍ଦା ଅବକାରୀ ବିଭାଗ ଟିମ୍ ନିଜେ ଗ୍ରାହକ ସାଜି ଏହି ଗଞ୍ଜେଇ ଓ ବ୍ରାଉନ ସୁଗାର ଜବତ କରିଛି। ସୂଚନା ଦେଲେ କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଆରକ୍ଷୀ ଉପଅଧିକ୍ଷକ ପ୍ରବୀର୍ କୁମାର ସାମଲ।
