ଓଡିଶା

ସିଂଲା ପଞ୍ଚାୟତ ସଟଡାଉନ

(ଅଜିତ ସାହୁ/ଜଳେଶ୍ୱର): ବାଲେଶ୍ୱର ଜିଲ୍ଲାରେ କରୋନା ସ୍ଥିତି କ୍ରମଶଃ ବିଗିଡି ବାରେ ଲାଗିଛି। ଆଜି ସୁଦ୍ଧା ବସ୍ତା ବ୍ଲକରେ ମୋଟ ୩୦ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, କରୁଆ ଓ ସିଂଲା ପଂଚାୟତର ମଧ୍ୟ ସ୍ଥଳରୁ ଗତ କାଲି ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାପରେ ଏହି ଅଞ୍ଚଳରେ କରୋନା ସଂକ୍ରମଣକୁ ଏଡାଇବା ପାଇଁ ସିଂଲା ସରପଞ୍ଚ ମମତା ଜେନା ଜିଲ୍ଳାପାଳ କ୍ଷମତା ବ୍ୟବହାର କରି ୨୨ ତାରିଖ ବୁଧବାର ଠାରୁ ୨୪ ତାରିଖ ଶୁକ୍ରବାର ସନ୍ଧ୍ୟା ୫ଟା ପର୍ୟ୍ୟନ୍ତ ୬୦ ଘଣ୍ଟା ପାଇଁ ସଟଡାଉନ ଘୋଷଣା କରିଛନ୍ତି। ଏହି ସମୟରେ ଆମୁଲାନ୍ସ, ଦମକଳ ଭଳି ଜରୁରୀ କାଳୀନ ସେବା ସହିତ ଔଷଧ ଦୋକାନ, ଡାକ୍ତରଖାନା, ପୋଷ୍ଟଅଫିସ, ବ୍ୟାଙ୍କ ଭଳି ସରକାରୀ ଦପ୍ତର ଖୋଲା ରହିବ ବୋଲି ଘୋଷଣା କରିଛନ୍ତି। ଏହି ଅଞ୍ଚଳରେ ପ୍ରଶାସନ ପକ୍ଷରୁ କଣ୍ଟାକ୍ଟ ଟ୍ରେସୀଂ ଜୋରଦାର କରାଯାଇଛି ।

Related posts

ମୁର୍ମୁଷୁ ଅବସ୍ଥାରେ ଯୁବକ ଉଦ୍ଧାର

mahabharatanews

ପୁଣି ବିଜେଡିକୁ ଲାଗିଲା ବଡ଼ ଝଟକା

mahabharatanews

୧୦ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା; ଓ୍ଵାର୍ଣ୍ଣିଂ ଜାରି

mahabharatanews