ଓଡିଶା

ଘର ଅଗଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

(ମହାଭାରତ, କୋକସରା): କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଜଳତାମୁଣ୍ଡା ଗାଁରେ ଏକ ଅଘଟଣ ଘଟିଛି । ଏହି ଗାଁର ଜଣେ ଯୁବକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି । ତେବେ ମୃତକ ଜଣକ ନକୁଳ ତାଣ୍ଡି ଓ ସେ ବିବାହିତ ବୋଲି ଜଣାପଡିିଛି । ତେବେ ମୃତ ଯୁବକଙ୍କ ପରିବାର ତାଙ୍କୁ ପଡିଶା ଘର ଲୋକେ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି । ସୂଚନା ଅନୁଯାୟୀ, ଯୁବକ ଜଣକ ଗତ ମଙ୍ଗଳବାର ରାତିରେ ବାହାରକୁ ଯାଇଥିଲେ । କିନ୍ତୁ ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ । ପରଦିନ ସକାଳେ ତାଙ୍କ ଘର ଅଗଣାରୁ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ଖବର ପାଇ ପୋଲିସ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଯୁବକଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି ପୋଲିସ କହିଛି । କିଛି ଦିନ ତଳେ ପଡୋଶୀ ଘରର ଝିଅକୁ ଯୁବକ ଜଣକ ଅଶ୍ଳୀଳ ଇଙ୍ଗିତ କରିଥିଲେ । ଯାହାକୁ ନେଇ ଗଣ୍ଡଗୋଳ ହୋଇଥିଲା । ଏହି କାରଣରୁ ତାଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ସନ୍ଦେହ କରାଯାଉଛି ।

Related posts

ବିଷାକ୍ତ ଛତୁ ଖାଇ ୧ ମୃତ, ୩ ଗୁରତର

mahabharatanews

 ଭାଙ୍ଗିଲା ପାଣ୍ଡିଆବିଲ ବନ୍ଧ, ଯୋଗାଯୋଗ ବିଚ୍ଛିନ୍ନ 

mahabharatanews

ବାଣୀକ୍ଷେତ୍ର ଗସ୍ତ କରି ମାଆ ଶାରଳାଙ୍କ ପୀଠ ପରିଦର୍ଶନ କଲେ 5T ସଚିବ

mahabharatanews