ବିଶ୍ୱ

ଜାପାନରେ ଶକ୍ତିଶାଳୀ ଭୂକମ୍ପ, ୭.୬ ତୀବ୍ରତା

(ଜାପାନ)  : ନୂଆବର୍ଷରେ ଜାପାନରେ ଶକ୍ତିଶାଳୀ ଭୂକମ୍ପ ହୋଇଛି। ପ୍ରଥମେ ୭.୬ ତୀବ୍ରତା ବିଶି‌ଷ୍ଟ ଭୂକମ୍ପ ଅନୁଭୂତ ହୋଇଥିଲା। ଏହାପରେ ଅଳ୍ପ ସମୟ ବ୍ୟବଧାନରେ ଏକାଧିକ ଭୂକମ୍ପ ହୋଇଥିଲା। ବାରମ୍ବାର ଭୂକମ୍ପ ଝଟ୍‌କାରେ ଜାପାନ ଥରି ଉଠିଛି।

ସୂଚନାନୁଯାୟୀ , ସମୁଦ୍ରରେ ୫ ଫୁଟର ସୁନାମୀ ସୃଷ୍ଟି ସତର୍କତା ଜାରି ହୋଇଛି ହୋଇଛି। ଦେଶର ଉତ୍ତରପଶ୍ଚିମ କୂଳରେ ବାସ କରୁଥିବା ଲୋକଙ୍କୁ ସୁନାମୀ ପାଇଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଜାପାନ ପାଣିପାଗ ସଂସ୍ଥା (ଜେଏମ୍‌ଏ)ର ସୂଚନା ଅନୁଯାୟୀ, ଇସାକାୱା ଏବଂ ଏହାର ଆଖପାଖ ଅଞ୍ଚଳରେ ଭୂମିକମ୍ପ ହୋଇଛି।  ପ୍ରଥମେ ୫.୭ ତୀବ୍ରତାର ଭୂମିକମ୍ପ ‌ସେଠାକାର ସ୍ଥାନୀୟ ସମୟ ୪ଟା ୬ ମିନିଟରେ ହୋଇଥିଲା। ଏହାପରେ ୪ଟା ୧୦ରେ ୭.୬ ତୀବ୍ରତା, ୪ଟା ୧୮ରେ ୬.୧ ତୀବ୍ରତା,୪ଟା ୨୩ରେ ୪.୫ ତୀବ୍ରତା, ୪ଟା ୨୯ରେ ୪.୬ ତୀବ୍ରତା ଏବଂ ୪ଟା ୩୨ରେ ୪.୮ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ହୋଇଛି।

Related posts

ନ୍ତର୍ଜାତୀୟ କ୍ରିକେଟରେ ୧୦ ବର୍ଷ ପୂରଣ କରିଛନ୍ତି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ।

mahabharatanews

୮୦୦ କୋଟି ଛୁଇଁଲା ବିଶ୍ବ ଜନସଂଖ୍ୟା

mahabharatanews

ମେକ୍ସିକୋରେ ଲଘୁଚାପଜନିତ ଭୟଙ୍କର ବାତ୍ୟା ‘ହିଲାରି

mahabharatanews