ଓଡିଶା

ଆଜି ବଲାଙ୍ଗୀରି ଆସୁଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ

(ଝାଡ଼ଖଣ୍ଡ) : ଆଜି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବଲାଙ୍ଗୀର ଆସୁଥିବା ଜଣାଯାଇଛି। ସେ ବର୍ତ୍ତମାନ ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ଜଷ୍ଟିସ ସଞ୍ଜୟ ମିଶ୍ରଙ୍କ ପିତା ମାର୍କଣ୍ଡ ମିଶ୍ରଙ୍କ ଦ୍ୱାଦଶାହ କାର୍ଯ୍ୟରେ ସେ ଯୋଗଦେବେ।

ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ସୋରେନ ତୁଷୁରା ଉଡ଼ାଜାହାଜ ପଡ଼ିଆରେ ଅବତରଣ କରି ସେଠାରୁ ବଲାଙ୍ଗୀର ସହରକୁ କାର୍‌ ଯୋଗେ ଆସିବେ। ‘ହୋଟେଲ ସେଲିବ୍ରେସନ୍‌’ଠାରେ ଅନୁଷ୍ଠିତ ହେଉଥିବା ଦ୍ୱାଦଶାହ କାର୍ଯ୍ୟକ୍ରମରେ ଦିନ ୧ଟାରୁ ୨.୧୦ ମିନିଟ ପର୍ଯ୍ୟନ୍ତ ରହିବାର କାର୍ଯ୍ୟକ୍ରମ ଥିବା ସୂଚନା ମିଳିଛି। ଏନେଇ ବଲାଙ୍ଗୀର ପୁଲିସ ପକ୍ଷରୁ ଗୁରୁବାର ସନ୍ଧ୍ୟାରୁ ବିଭିନ୍ନ ଛକରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଝାଡ଼ଖଣ୍ଡରୁ ମଧ୍ୟ ପୁଲିସ ଟିମ୍‌ ପହଞ୍ଚି ସୁରକ୍ଷା ବ୍ୟବସ୍ଥା ତଦାରଖ କରୁଥିବା ଜଣାପଡ଼ିଛି।

 

Related posts

୨୫ରେ ଆଉ ଏକ ଘୁର୍ଣ୍ଣିବଳୟ

mahabharatanews

ଏପ୍ରିଲ ଶେଷରେ ମାଟ୍ରିକ ପରୀକ୍ଷା

mahabharatanews

ବଜ୍ରପାତରେ ଚାଲଇଗଲା ଦୁଇ ଭାଇଙ୍କ ଜୀବନ

mahabharatanews