ଓଡିଶା

କୂଅରେ ଖସିଲା ହାତୀ

(ମୟୂରଭଞ୍ଜ) : ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦ ବ୍ଲକ୍‌ର କୂଅରେ ଏକ ହାତୀ ଖସିପଡ଼ିଥିଲା। ଜେସିବି ସାହାଯ୍ୟରେ ବନ ବିଭାଗ ୨ ଘଣ୍ଟା ଅକ୍ଳାନ୍ତ ପରିଶ୍ରମ ପରେ ଦନ୍ତାକୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ଝାଡ଼ଖଣ୍ଡରୁ ୭୦ଟି ହାତୀ ଆସି ପଡ଼ୋଶୀ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ୍‌କୁ ପ୍ରବେଶ କରିଛନ୍ତି।

ସୂଚନାନୁଯାୟୀ , ଗତକାଲି ବିଳମ୍ବିତ ରାତିରେ ପଲ ମଧ୍ୟରୁ ୫୩ଟି ହାତୀ ବେତନାସିଆ, କାନ୍ଥି, ଚିଞ୍ଚଲଗଡିଆ, କଲରାପାଲ ଗ୍ରାମଦେଇ ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ୍‌ ବ୍ରାହ୍ମଣଦା ଓ ସଦାନନ୍ଦପୁର ଗାଁ ଚାଷଜମିରେ ପଶିଥିଲେ। ଏଥିସହିତ ଉଭୟ ଗ୍ରାମର ପ୍ରାୟ ୨୦ ଏକରରୁ ଊର୍ଦ୍ଧ୍ବ ଜମିର ଧାନ ଫସଲ ଖାଇବା ସହ ଦଳିଚକଟି ନଷ୍ଟ କରିଥିଲେ। ଅନ୍ୟପଟେ ଗୋଟିଏ ଦନ୍ତା ହାତୀ ରାସଗୋବିନ୍ଦପୁର ରେଞ୍ଜ ଅଧୀନ ପୋଡ଼ାପଡ଼ା ଗ୍ରାମଧାନ ବିଲ ମଧ୍ୟରେ ଥିବା ପରିତ୍ୟକ୍ତ କୂଅରେ ଖସିପଡ଼ିଥିଲା।

Related posts

ଦାଦା ଓ ଗଣେଶ୍ୱର କ୍ଳବ ମିଳିତ ଆନୁକୁଲ୍ୟର ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

mahabharatanews

ରାଜ୍ୟରେ ଆଉ ୫୯୧ ଜଣ କରୋନା ସଂକ୍ରମିତ ଚିହ୍ନଟ

mahabharatanews

ଗୁଣି ସନ୍ଦେହରେ ମହିଳାଙ୍କୁ ନିସ୍ତୁକ ମାଡ଼

mahabharatanews