ଭାରତ

କ୍ଷମା ପ୍ରାର୍ଥନା କଲେ ମୁଖ୍ୟମନ୍ତ୍ରୀ 

(କର୍ଣ୍ଣାଟକ) : କର୍ଣ୍ଣାଟକର ହୁବଲିରେ କଲେଜ ଛାତ୍ରୀ ନେହରା ହିରେମଥଙ୍କୁ ବର୍ବର ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଆଜି ନେହାଙ୍କ ପିତାଙ୍କ ସହ କଥା ହୋଇଛନ୍ତି। ଜଣେ ପୂର୍ବତନ ସହପାଠୀଙ୍କ ଦ୍ୱାରା ୨୩ ବର୍ଷୀୟା ଝିଅକୁ ଛୁରି ଭୁସି ହତ୍ୟା କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିବା ସହ କ୍ଷମା ପ୍ରାର୍ଥନା କରିଛନ୍ତି।

ସୂଚନାନୁଯାୟୀ , ମାମଲାର ଉଚ୍ଚସ୍ତରୀୟ ଯାଞ୍ଚ ପାଇଁ ସେ ପ୍ରତିଶ୍ରୁତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନେହାଙ୍କ ପିତା ତଥା କଂଗ୍ରେସ କର୍ପୋରେଟର ନିରଞ୍ଜନ ହିରେମଥଙ୍କ ସହ ଫୋନ୍‌ରେ କଥାବାର୍ତ୍ତା କରିଥିଲେ। ଗତ ଏପ୍ରିଲ ୧୮ ତାରିଖରେ ଅଭିଯୁକ୍ତ ଫୟାଜ ବିଭିବି କଲେଜ ପରିସରରେ ଏମ୍‌ସିଏ ଛାତ୍ରୀ ନେହାଙ୍କୁ ଆକ୍ରମଣ କରିଥିଲା। ଘଟଣାର ସିସିଟିଭି ଫୁଟେଜରେ ଫୟାଜ ଘଟଣାସ୍ଥଳରୁ ଫେରାର ହେବା ପୂର୍ବରୁ ନେହାଙ୍କୁ ଏକାଧିକ ଥର ଛୁରିମାଡ଼ କରିଥିବା ରେକର୍ଡ ହୋଇଛି। ୨୩ ବର୍ଷୀୟ ଫୟାଜକୁ ମଧ୍ୟ ଗିରଫ କରାଯାଇଛି। କଲେଜ କର୍ତ୍ତୃପକ୍ଷ ଏବଂ ଅନ୍ୟ ଛାତ୍ରମାନେ ନେହାଙ୍କୁ ଡାକ୍ତରଖାନା ନେଇଥିଲେ, କିନ୍ତୁ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

Related posts

 ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ୪୬ଜଣ ହସ୍ପିଟାଲରେ ଭର୍ତ୍ତି 

mahabharatanews

ଭାରତୀୟ ବୈଶ୍ଯ ମହାସଭା ତରଫରୁ ଅନୁପମା ଏକଘେରାଙ୍କୁ ଓଡିଶା ମହିଳା ଅଧ୍ୟକ୍ଷା ଭାବେ ମନୋନୀତ

mahabharatanews

ଆଜି ସାରା ଦେଶ ପାଳୁଛି ୭୬ତମ ସ୍ୱାଧୀନତା ଦିବସ

mahabharatanews