ଓଡିଶାରାଜନୀତି

ପୁରୀ ପ୍ରାଦେଶିକ ପ୍ରଶିକ୍ଷଣ ଶିବିରରେ ଜୁଏଲ ଓରାମଙ୍କର ବଡ଼ ବୟାନ : ବିଜେଡିକୁ ସମୁଦ୍ରକୁ ଫୋପାଡିଦେବୁ

ଭୁବନେଶ୍ୱର : ନିର୍ବାଚେନ ପୂର୍ବରୁ ଦେଖିବାକୁ ମିଳୁଛି ରାଜନୈତିକ ତାତି । ପୁରୀରେ ବିଜେପିର ୩ ଦିନିଆ ପ୍ରଶିକ୍ଷଣ ଶିବିରର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବିଜେଡିକୁ ଟାର୍ଗେଟ କରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ ଦେଇଛନ୍ତି ବଡ ମନ୍ତବ୍ୟ । ବିଜେଡିକୁ ସମୁଦ୍ରରେ ଫୋପାଡି ଦେବାକୁ ଦମ୍ଭ ଦେଖାଇଛି ବିଜେପି । ସେ କହିଛନ୍ତି, ଆମେ କେନ୍ଦ୍ରରେ ଆସିଗଲୁଣି। ଆଉଥରେ ମୋଦିଜୀ ମଧ୍ୟ ପ୍ରଧାନମନ୍ତ୍ରୀ ହେବେ। ତେଣୁ ଏବେ ଆମର ବଦଲା ନେବାର ସମୟ ଆସିଛି। ବିଚାରଧାରା ଆଧାରରେ ଆମେ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲୁ। ବିଜେଡି ସହ ୯ ବର୍ଷ ଶାସନରେ ଥିଲୁ। ଆଗରୁ ବିଜେଡିର ସହଯୋଗ ଆବଶ୍ୟକ କରୁଥିଲୁ ଏବେ ବିଜେଡିକୁ ପୁରୀ ବେଳାଭୂମିରେ ଫୋପାଡ଼ି ଦେବୁ । ଏହାର ଜବାବ ରଖିଛି ବିଜେଡି । ଦଳର ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ଜୁଏଲ ଓରାମ ସବୁବେଳେ ଭିତୀହିନ କଥା କୁହନ୍ତି । ଏହାସହ ଦଳକୁ କେହି ତିଆରି କରିନାହାନ୍ତି ବୋଲି କହିଛି ବିଜେଡି ।
ଶାହଙ୍କ ମିଶନ ୧୨୦ ପ୍ଳସ୍ ହାସଲ ପାଇଁ ବିଜେପି ଆରମ୍ଭ କରିଛି ଗ୍ରାଉଣ୍ଡ ଓ୍ୱାର୍କ। ଗତ ପଂଚାୟତ ଓ ପୌର ନିର୍ବାଚନରେ ବିଫଳତା ପରେ ଦଳକୁ ପୁନଃ ସଜାଡିବା ପାଇଁ ଚେଷ୍ଟାଚାଲିଛି ବିଜେପି ।ଗତ ସପ୍ତାହରେ ଦଳର କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲଙ୍କ ଗୁରୁମନ୍ତ୍ର ପରେ ପୁରୀରେ ଆରମ୍ଭ ହୋଇଛି ତିନି ଦିନିଆ ପ୍ରଶିକ୍ଷିଣ ଶିବିର। ଏହି ପ୍ରଶିକ୍ଷଣ ଶିବିରରେ ଦଳର ସାଂସଦ,ବିଧାୟକ, ଜିଲ୍ଲା ସଭାପତି ପ୍ରମୁଖ ଯୋଗ ଦେଇଛନ୍ତି । ଏହାରି ଭିତରେ ଜୁଏଲ୍ ଓରାମଙ୍କ ଏଭଳି ମନ୍ତବ୍ୟ ପରେ ଏବେ ରାଜନୈତିକ ମହଲରେ ଆଲୋଚନାର ବିଷୟ ହୋଇଛି।

 

 

Related posts

ବଢ଼ିଲା ହୀରାକୁଦ ଜଳଭଣ୍ଡାରର ଜଳସ୍ତର

mahabharatanews

ନିଜକୁ ଗୁଳି କରିଲେ CRPF ଅଫିସର

mahabharatanews

ଥମୁନି ମୃତ୍ୟୁ ସଂଖ୍ୟା, ହାତୀ ମୃତଦେହ ଠାବ

mahabharatanews