ମନୋରଞ୍ଜନ

‘ଦି କପିଲ ଶର୍ମା ଶୋ’କୁ ନେଇ ଜନ୍ ଇବ୍ରାହମଙ୍କ ବଡ଼ ଖୁଲାସା

ନୂଆଦିଲ୍ଲୀ: ବଲିଉଡର ହ୍ୟାଣ୍ଡସମ ହଙ୍କ ଷ୍ଟାର ଜନ୍ ଇବ୍ରାହମ୍ ଆଜିକାଲି ତାଙ୍କର ନୂଆ ଫିଲ୍ମ ‘ଆଟାକ୍’କୁ ନେଇ ଏବେ ବେଶ୍ ଚର୍ଚ୍ଚାରେ ଅଛନ୍ତି ।ସେ ଫିଲ୍ମ ରିଲିଜ ହେବା ପୂର୍ବରୁ ଫିଲ୍ମର ପ୍ରମୋସନରେ ଜୋରଦାର ଭାବରେ ଲାଗି ପଡ଼ିଛନ୍ତି | ନିକଟରେ ସେ ତାଙ୍କ ଚଳଚ୍ଚିତ୍ରର ପ୍ରମୋଶନ ପାଇଁ ‘ଦ କପିଲ ଶର୍ମା ଶୋ’ରେ ପହଞ୍ଚିଥିଲେ ।ତେବେ ସେ କପିଲଙ୍କ ଶୋ ବିଷୟରେ ବଡ଼ ବୟାନ ଦେଇଛନ୍ତି |

ଜନ୍ ଇବ୍ରାହମ୍ ନିକଟରେ ତାଙ୍କର ଏକ ସାକ୍ଷାତକାରରେ ‘କାଶ୍ମୀର ଫାଇଲ୍ସ’ର ଲୋକପ୍ରିୟତାକୁ ନେଇ କହିଛନ୍ତି କି, କପିଲଙ୍କ ଶୋ’ରେ ପ୍ରମୋଶନ କରିବାର ମାନେ ନୁହେଁ ଯେ ଫିଲ୍ମର ଟିକେଟ୍ ଅଧିକ ମାତ୍ରାରେ ବିକ୍ରି ହେବା । ସେ କହିଛନ୍ତି ‘କାଶ୍ମୀର ଫାଇଲ୍ସ’ ଫିଲ୍ମଟି କପିଲଙ୍କ ଶୋ’ରେ ପ୍ରମୋଟ୍ ନହୋଇ ମଧ୍ୟ ବକ୍ସ ଅଫିସରେ ବହୁତ ଶାନଦାର କାମ କରିଥିଲା ​​|

ସୂଚନାଯୋଗ୍ୟ ଯେ, ଜନ୍ ଇବ୍ରାହମଙ୍କ ଫିଲ୍ମ ‘ଆଟାକ୍’ରେ ରାକୁଲ ପ୍ରୀତ ସିଂ, ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସ୍, ପ୍ରକାଶ ରାଜ ଏବଂ ରତ୍ନା ପୃଥକ୍ ଶାହାଙ୍କ ଭଳି ଷ୍ଟାର ନଜର ଆସିବେ। ତେବେ ଫିଲ୍ମରେ ଜନ୍ ମୁଖ୍ୟ ଅଭିନେତାର ଭୂମିକାରେ ଥିବା ସମୟରେ ଏହି ଫିଲ୍ମରେ ସହ-ନିର୍ମାତା ମଧ୍ୟ ଅଟନ୍ତି | ଏହି ଚଳଚ୍ଚିତ୍ରଟି ଏପ୍ରିଲ୍ ୧, ୨୦୨୨ରେ ରିଲିଜ ହେବ | ଏହା ବ୍ୟତୀତ ଜନ୍ ଫିଲ୍ମ ‘ପଠାନ’ରେ ନଜର ଆସିବେ ଯେଉଁଥିରେ ସେ ସୁପରଷ୍ଟାର ଶାହରୁଖ ଖାନ ଏବଂ ଦୀପିକା ପାଦୁକୋନଙ୍କ ସହ ସ୍କ୍ରିନ୍ ସେୟାର କରୁଛନ୍ତି।

Related posts

ଫିଲ୍ମ ‘ଟାଇଗର ୩’; ୬୦ହଜାର ଅଗ୍ରୀମ ବୁକିଂ 

mahabharatanews

ଚର୍ଚାରେ ପରିଣୀତି ଏବଂ ରାଘବଙ୍କ ବିବାହ କାର୍ଡ

mahabharatanews

ଓଟିଟି ପ୍ଲାଟ୍‌ଫର୍ମରେ ‘ଗଦର ୨’ 

mahabharatanews