ଗଞ୍ଜାମ / ରଜନୀକାନ୍ତ ପାତ୍ର : ଭଞ୍ଜନଗର ଉପଖଣ୍ଡସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନସମାଧାନ ସୋମବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଆଜିର ଏହି ଅଭିଯୋଗ ଶୁଣାଣିରେ ସମୁଦାୟ୨୯୮ଟି ଅଭିଯୋଗର ଶୁଣାଣି କରିଥିଲେ। ଜିଲ୍ଲାପାଳତ୍ୱରିତ ୧୩ଟି ଅଭିଯାଗର ଫଇସଲା କରିଥିଲେ ଆଜିର ଅଭିଯାଗ ସମୟରେ ଜିଲ୍ଲାପାଳ ସାମାଜିକ ସୁରକ୍ଷା ବିଭାଗ ତରଫରୁ୯ଜଣଙ୍କୁ ବିକଳାଙ୍ଗ ଭତ୍ତା ପ୍ରଦାନ କରିଥିଲେ।
ଏବଂ ଭିନ୍ନକ୍ଷମମାନଙ୍କୁ ୩ଟି ହୁଇଲିଚେୟାର (wheel chair) ଓ ଜଣଙ୍କୁ ତିନିଚକିଆ ଯାନ (tricycle) ସହାୟତା ପ୍ରଦାନ କରିଥିଲେ।ଏହା ସହିତ ଜିଲ୍ଲାପାଳ ୯ଜଣଙ୍କୁ ଜଙ୍ଗଲ ଜମି ପଟା ବଣ୍ଟନ କରିଥିଲେ।ଗ୍ରହଣ କରିଥିବା ଆବେଦନ ଗୁଡିକର ଶୁଣାଣି କରି ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ପ୍ରେରଣ କରାଯାଇ ତୁରନ୍ତ ସମାଧାନ କରିବା ଦିଗରେ ଜିଲ୍ଲା ପାଳ ନିର୍ଦେଶ ପ୍ରଦାନ କରିଥିଲେ ।
ଏହି ଅଭିଯୋଗ ଶୁଣାଣି ସମୟରେ ଆରକ୍ଷୀ ଅଧୀକ୍ଷ କବ୍ରି ଜେଶରାୟ , ଭଞ୍ଜନଗର ଉପଜିଲ୍ଲା ପାଳଶ୍ରୀ ଜ୍ୟୋତିଶଙ୍କର ରାୟ, ଭଞ୍ଜନଗର ଏସ.ଡ଼ି.ପି.ଓ. ଶ୍ରୀଶୁଭ୍ରାଂ ଶୁଶେଖର ମିଶ୍ର, ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସୀତାଂଶୁ କୁମାର ଶତପଥୀ, ଭଞ୍ଜନଗରବି.ଡ଼ି.ଓ. ଶଶୀ ଭୂଷଣ ମହାପାତ୍ର, ଭଞ୍ଜ ନଗରବି.ଇ.ଓ ଏସ. ଧନଞୟ, ଜିଲ୍ଲା ମଙ୍ଗଳ ଅଧିକାରୀ ପରୀକ୍ଷିତ ଦାଶ, ଭଞ୍ଜନଗର ସହାୟକ ଜିଲ୍ଲା ପାଳ ସୁନନ୍ଦଶେଖର ସାହାଣୀ,ଏଷ୍ଟାବ୍ଲିଶମେଣ୍ଟ ଅଧିକାରୀ ଅନିଲ କୁମାର ପଣ୍ଡା, ଭଞ୍ଜନଗର ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଗୌରୀଶଙ୍କର ଶତପଥୀ ଏବଂ ପ୍ରତ୍ୟେକ ବିଭାଗର ଅଧିକାରୀମାନେ ଜ଼ିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀରେ ଉପସ୍ଥିତ ଥିଲେ।