ଓଡିଶା

ଖୋର୍ଦ୍ଧାରେ ୭୭ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ଗଣତନ୍ତ୍ରର ମହାପର୍ବ ସାରା ଦେଶରେ ଆଜି ପାଳନ ହେଉଥିବା ବେଳେ ଖୋର୍ଦ୍ଧାରେ ମଧ୍ୟ ଜିଲ୍ଲାସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ଥାନୀୟ ବିଜେବି ହାଇସ୍କୁଲ ସ୍ଥିତ ପ୍ୟାରେଡ ପଡ଼ିଆରେ ଆନୁଷ୍ଠାନିକ ଭାବେ ପତାକା ଉତ୍ତୋଳନ କରିବା ସହିତ ସୁସଜ୍ଜିତ ଖୋଲା ଜିପରେ ପାରେଡ ପଡ଼ିଆ ପରିକ୍ରମା କରିଥିବା ବେଳେ ଖୋର୍ଦ୍ଧା ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇ ଦେଶର ବୀରପୁତ୍ରମାନଙ୍କ ତ୍ୟାଗ ଓ ବଳିଦାନ ସମ୍ପର୍କରେ ଆଲୋକପାତ କରିଥିଲେ ଏଵଂ ପାଇକ ବିଦ୍ରୋହରେ ଖୋର୍ଦ୍ଧା ଗଡ଼ର ବୀର ପାଇକ ଗାଥାକୁ ନେଇ ଆଲୋକପାତ କରିବା ସହିତ ପଞ୍ଚ ପାଇକଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ସେହିପରି ଖୋର୍ଦ୍ଧା ବୀରତ୍ବ ଓ ସ୍ବାଭିମାନର ମାଟି ହୋଇଥିବା ବେଳେ କଳା, ସାହିତ୍ଯ, ସଂସ୍କୃତି କ୍ଷେତ୍ରରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି। ଏ ମହାନ ମାଟିରେ ଜନ୍ମ ନେଇ ଦେଶ ମାତୃକା ପାଇଁ ବଳିଦାନ ଦେଇଥିବା ମହାପୁରୁଷଙ୍କ ଆଦର୍ଶରେ ସମସ୍ତେ ଅନୁପ୍ରାଣିତ ହେବାର ଆବଶ୍ୟକତା ରହିଛି ବୋଲି କହିଥିଲେ ।

ଏହାପରେ ସମ୍ମିଳିତ ପ୍ୟାରେଡରେ ଭାଗ ନେଇଥିବା ପୋଲିସ ବିଭାଗ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ସହରର ବିଭିନ୍ନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ପ୍ରାୟ ୫୧ଟି କଣ୍ଟିଜେଣ୍ଟ ପ୍ୟାରେଡରେ ଅଂଶ ଗ୍ରହଣ କରି ପାରେଡ୍ ପ୍ରଦର୍ଶନ କରିଥିବା ବେଳେ ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗ ଦ୍ବାରା ପ୍ରସ୍ତୁତ ୬ ଗୋଟି ସୁସଜ୍ଜିତ ପ୍ରଜ୍ଞାପନ ମେଢ ପଡ଼ିଆ ପରିକ୍ରମା କରିଥିଲେ । ସମ୍ମିଳିତ ପ୍ୟାରେଡ ପ୍ରଦର୍ଶନ ପରେ ବିଭିନ୍ନ ବିଦ୍ୟାଳୟ ଏବଂ ମହା ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ଵାରା ଅନେକ ଗୁଡିଏ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ କରା ଯାଇଥିଲା ।

Related posts

କରୋନା ଆକ୍ରାନ୍ତଙ୍କ ପରିଚୟ ସାର୍ବଜନୀନ ନ କରିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ

mahabharatanews

ଘନକୁହୁଡ଼ି : ୧୫ଜିଲ୍ଲାକୁ ସତର୍କ ଜାରି  

mahabharatanews

୧ ଫେବୃଆରୀରୁ ବିଏମ୍‌ ସି ଅଞ୍ଚଳରେ ଆମିଷ ବିକ୍ରି ନେଇ କଟକଣା କଡ଼ାକଡ଼ି ଲାଗୁହେବ

mahabharatanews